ଅଭିଯୁକ୍ତ ଗୋପାଳ ଦାସ କୁ ୪ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ
ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଘଟଣାରେ ଅଭିଯୁକ୍ତ ପୁଲିସ ଅଫିସର ଗୋପାଳ କୃଷ୍ଣ ଦାସଙ୍କୁ ୪ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ ।
ପଚରାଉଚୁରା କରିବାକୁ ୭ ଦିନିଆ ରିମାଣ୍ଡ ଆବେଦନ କରିଥିଲା ତଦନ୍ତକାରୀ ଟିମ୍ । ତେବେ ସୂଚନା ଅନୁସାରେ କୋର୍ଟ ୪ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଛି | ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଗଠନ କରିଛି ଆଉ ୨ ଟିମ୍ ।
ଏହାସହ ତଦନ୍ତ ଅନୁଧ୍ୟାନ କରୁଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା । ସେପଟେ କ୍ରାଇମବ୍ରାଞ୍ଚ୍ର ଆଉ ଏକ ଟିମ୍ ଅଭିଯୁକ୍ତ ଗୋପାଳ ଦାସଙ୍କ ପୈତୃକ ଘର ବ୍ରହ୍ମପୁର ଯାଇ ଗୋପାଳଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିବା ସହିତ ତାଙ୍କ ବଡ଼ଭାଇ ସତ୍ୟ ନାରାୟଣ ଦାସଙ୍କୁ ଉଠାଇ ନେଇ ଏକ ଅଜ୍ଞାତ ସ୍ଥାନରେ ଜେରା କରାଯାଉଥିବା ଜଣାପଡ଼ିଛି ।