ଅରୁନ୍ଧତୀ ଜୁଏଲର୍ସ: ପ୍ରତିବଦ୍ଧତାର ଆଲୋକ
ସେ ପ୍ରତିବଦ୍ଧତାର ଆଲୋକ, ଦାୟିତ୍ବବୋଧତାର ପ୍ରତିଫଳନ । ବ୍ଯବସାୟ ନୁହେଁ ବରଂ ଗ୍ରାହକଙ୍କୁ ମନଲାଖି ସେବା ଯୋଗାଇଦେବା ତା ପାଇଁ ପ୍ରାଥମିକତା । ଓଡ଼ିଶାବାସୀଙ୍କ ପାଖରେ ଅଳଙ୍କାରର ବିଶାଳ ମହାକୁମ୍ଭ ନେଇଆସିଥିବା ଅନୁଷ୍ଠାନ ହେଉଛି ଅଳଙ୍କାର ଶିଳ୍ପର ଅନ୍ୟତମ ପ୍ରମୁଖ ବିନ୍ଧାଣୀ ଅରୁନ୍ଧତୀ ଜୁଏଲର୍ସ । ଦୀର୍ଘ ୨୩ ବର୍ଷରୁ ଅଧିକ ସମୟ ଧରି ଅଳଙ୍କାର ପ୍ରିୟ ଗ୍ରାହକଙ୍କ ବିଶ୍ୱାସଭାଜନ ହୋଇପାରିଛି ଅରୁନ୍ଧତୀ । ୨ହଜାର ମସିହାରେ ମାତ୍ର ୫ଜଣ କର୍ମଚାରୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଜୁଏଲର୍ସ ହାଉସ୍ରେ ଏବେ ପ୍ରାୟ ୧ହଜାର କର୍ମଚାରୀ ରୋଜଗାରକ୍ଷମ ହୋଇପାରିଛନ୍ତି । ଏବେ ପ୍ରାୟ ୧୦ ମିଲିୟନରୁ ଅଧିକ ଗ୍ରାହକ ଯୋଡି ହୋଇପାରିଛନ୍ତି ଅରୁନ୍ଧତୀ ଜୁଏଲର୍ସ ସହିତ ।
ସୁନା, ରୂପା, ଡାଏମଣ୍ଡ, ପ୍ଲାଟିନମ୍ ସହିତ ଅନ୍ୟାନ୍ୟ ଅଳଙ୍କାରର ବିଭିନ୍ନ ଭେରାଇଟି ଏବଂ ଲାଟେଷ୍ଟ ଡିଜାଇନିଂର ଏକ ଭଣ୍ଡାର ହେଉଛି ଅରୁନ୍ଧତୀ ଜୁଏଲର୍ସ । ରାଜ୍ୟରେ ଏବେ ୭ଟି ଶାଖାରେ ଏହାର ଶୋରୁମ୍ ରହିଥିବା ବେଳେ ଅନ୍ୟ ୪ଟି ନୂଆ ଶୋରୁମ୍ ଖୋଲିବାକୁ ଯୋଜନା ରଖିଛନ୍ତି ଅରୁନ୍ଧତୀ ଗ୍ରୁପର ମ୍ୟାନେଜିଂ ଡାଇରେକ୍ଟର ବ୍ରହ୍ମାନନ୍ଦ ମେହେର । କେବଳ ବ୍ୟବସାୟ ନୁହେଁ ବିଭିନ୍ନ ସମୟରେ ଭଳିକି ଭଳି ସାମାଜିକ ଦାୟିତ୍ୱ ସଂପାଦନ କରି ଗ୍ରାହକଙ୍କ ବିଶ୍ୱାସଭାଜନ ହୋଇପାରିଛି ରାଜ୍ୟର ଏହି ବ୍ରାଣ୍ଡ୍ ଜୁଏଲର୍ସ ।
ଅରୁନ୍ଧତୀ ଜୁଏଲର୍ସର ଉଲ୍ଲେଖନୀୟ ଯାତ୍ରା ଅବିସ୍ମରଣୀୟ ଉତ୍ସର୍ଗ, ବିଶ୍ୱାସ ଏବଂ ଉତ୍କର୍ଷ ପ୍ରତି ପ୍ରତିବଦ୍ଧତା । ଏହା ମୂଳରୁ ଏକକ ଷ୍ଟୋର ଭାବରେ ପରିଚିତ ହୋଇଛି । ଅଳଙ୍କାର କ୍ଷେତ୍ରରେ ଏକ ପ୍ରସିଦ୍ଧ ବ୍ରାଣ୍ଡ୍ ଭାବରେ ସମସ୍ତଙ୍କର ମନ ଜିଣିପାରିଛି । ଅରୁନ୍ଧତୀ ଜୁଏଲର୍ସ କେବଳ ଅଳଙ୍କାର ପ୍ରଦାନ କରନ୍ତି ନାହିଁ ବରଂ ଗ୍ରାହକଙ୍କ ଭାବନାକୁ ଭଲଭାବେ ବୁଝିବା ସହ ସମ୍ମାନ ଦେଇଥାଏ । ଓଡ଼ିଶାର ସମୃଦ୍ଧ କଳା ଓ ଐତିହ୍ୟ ସଂସ୍କୃତି ଅଳଙ୍କାର ଗଢଣରେ ପ୍ରତିଫଳିତ କରିଥାଏ ।
ଅରୁନ୍ଧତୀ ପାଇଁ ଗ୍ରାହକ ହି ସର୍ବଶ୍ରେଷ୍ଠ । ଗ୍ରାହକଙ୍କ ସନ୍ତୁଷ୍ଟି ପାଇଁ ନିରନ୍ତର ପ୍ରତିବଦ୍ଧତା ସହିତ ଅରୁନ୍ଧତୀ ଜୁଏଲର୍ସ ନିଜକୁ ଏକ ଉଦ୍ଯୋଗ ଭାବରେ ସ୍ଥାନିତ କରେ । ସୂକ୍ଷ୍ମ ଅଳଙ୍କାର ଶିଳ୍ପରେ ଗ୍ରାହକଙ୍କ ପସନ୍ଦ ଓ ଆବଶ୍ଯକତାକୁ ପ୍ରାଥମିକତା ଦେଇଥାଏ । ସ୍ୱଚ୍ଛତା ଓ ସରଳ ଭାବେ ଗ୍ରାହକଙ୍କ ପାଖରେ ପହଞ୍ଚି ଦୁଇ ଦଶନ୍ଧି ଧରି ଅରୁନ୍ଧତୀ ତାର ପ୍ରତିବଦ୍ଧତାକୁ ପରିପାଳନ କରିଆସିଛି । ଇନୋଭେସନ୍ ସହିତ ନୂଆ ନୂଆ କ୍ରାଫ୍ଟିଙ୍ଗ୍ ଆଣି ସଭିଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିପାରିଛି । ହାଇଟେକ୍ନୋଲୋଜିର ବ୍ଯବହାର କରି ସୁକ୍ଷ୍ମ ଅଳଙ୍କାର ପ୍ରସ୍ତୁତ କରିବାରେ ଅରୁନ୍ଧତୀ ସଭିଙ୍କ ଆଗରେ ରହିଛି । କେବଳ ବ୍ଯବସାୟ ନୁହେଁ, ଅରୁନ୍ଧତୀ ନିଜର ସାମାଜିକ ଦାୟିତ୍ବ ଓ ପ୍ରତିବଦ୍ଧତା ମଧ୍ଯ ପାଳନ କରୁଛି । ବିଶେଷ ଭାବରେ ଦକ୍ଷ ତଥା ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟ ପାଇଁ ନିଯୁକ୍ତି ସୁଯୋଗ ଉପରେ ଧ୍ୟାନ ଦେଉଛି । ସିଏସଆର କାର୍ଯ୍ୟକଳାପ ମାଧ୍ୟମରେ ସକ୍ରିୟ ଭାବେ ସଭିଙ୍କୁ ସେବା ଯୋଗାଇଦେଇଆସୁଛି । ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିଙ୍କୁ ଦାନ ସହ ରକ୍ତ ଦାନ ଶିବିର ଏବଂ ସ୍ଥାନୀୟ ବିକାଶ ପ୍ରକଳ୍ପରେ ଅନେକ ଅବଦାନ ରଖିଛି । ଆଗକୁ କର୍ତ୍ତୃପକ୍ଷ ନିଜକୁ ଅଧିକ ବିସ୍ତାରିବାକୁ ଯୋଜନା ରଖିଛନ୍ତି । ପ୍ରତି ୧୦୦ କିଲୋମିଟର ଦୂରତାରେ ନିଜର ଷ୍ଟୋର ପ୍ରତିଷ୍ଠା ପାଇଁ ଲକ୍ଷ ରଖାଯାଇଥିବା ନେଇ କହିଛନ୍ତି ଅରୁନ୍ଧତୀ ଗ୍ରୁପର ମ୍ୟାନେଜିଂ ଡାଇରେକ୍ଟର ବ୍ରହ୍ମାନନ୍ଦ ମେହେର । ଆଗକୁ ହୋଟେଲ ଇଣ୍ଡଷ୍ଟ୍ରି, ରିଅଲ୍ ଇଷ୍ଟେଟ୍, ଏବଂ ମାର୍କେଟ କମ୍ପ୍ଲେକ୍ସରେ ଭେଞ୍ଚ କରିବା, ଗ୍ରାହକଙ୍କ ଅଭିଜ୍ଞତା ପ୍ରତି ଏକ ଅବିରତ ଉତ୍ସର୍ଗ ବଜାୟ ରଖିବା ସହିତ ବ୍ରାଣ୍ଡ ବିଭିନ୍ନ କ୍ଷେତ୍ର ମଧ୍ୟରେ ଉତ୍କର୍ଷତା ପାଇଁ ଲକ୍ଷ୍ୟ ରଖାଯାଇଛି ।