ରାଜ୍ୟ

ଆଇପିଏସ ହେବ ତ ଏମିତି…

0
(0)

ସୌମେନ୍ଦ୍ର ପ୍ରିୟଦର୍ଶି । ଭୁବନେଶ୍ୱର-କଟକର ପୋଲିସ କମିଶନର । ନିକଟରେ ତାଙ୍କୁ ମିଳିଛି ରାଷ୍ଟ୍ରପତି ପୋଲିସ ମେଡାଲ ପଦକ । ସାରା ରାଜ୍ୟ ପୁଣି ଥରେ ଦେଖିଛି ଦମ୍‌ଦାର ଅଫିସରଙ୍କ ସାନଦାର ପ୍ରଦର୍ଶନ ।
୧୯୯୫ ବ୍ୟାଚର ଏହି ଆଇପିଏସ ୨୦୨୧ ମସିହାରେ ନେଇଥିଲେ ଟ୍ୱିନସିଟିର ପୁଲିସ ମୁଖିଆ ଦାୟୀତ୍ୱ । ସିପି ହେବା ପରେ ପରେ କରୋନାର ଦ୍ୱିତୀୟ ଲହରକୁ ମାତ ଦେବା ପାଇଁ ଲକଡାଉନ ଲାଗୁହେଲା । ଆଉ ଅତି ସଫଳତାର ସହ ଦାୟୀତ୍ୱ ପରିଚାଳନା କରିଥିଲେ ସୌମେନ୍ଦ୍ର । ହେଲେ ଇଏ ନଥିଲା ତାଙ୍କର ପ୍ରଥମ ସଫଳତା । ନିଜ କ୍ୟାରିୟର ଆରମ୍ଭରୁ ସେ ନିଜ ସଫଳତାର ପରିଚୟ ଦେଇଛନ୍ତି ।


କଟକ ଏସ୍‌ପି ଥିବା ବେଳେ ଦୀପୁ ସାହୁ ଏନକାଉଣ୍ଟର ହେଉ ଅବା, ସିପି ଥିବା ବେଳେ ହାଇଦର ଏନକାଉଣ୍ଟର । ଅପରାଧୀଙ୍କ ପାଇଁ ଭୟର ଅନ୍ୟ ନାଁ ହେଉଛନ୍ତି ସୌମେନ୍ଦ୍ର ପ୍ରିୟଦର୍ଶି । ଓଡ଼ିଶାରେ ଗ୍ୟାଙ୍ଗୱାରକୁ ଦଳିମକଚି ସାଧାରଣ ଲୋକଙ୍କ ପାଇଁ ସୁରକ୍ଷିତ ଓଡ଼ିଶା ତିଆରିରେ ରହିଛି ତାଙ୍କ ବଡ଼ ଭୂମିକା । ନିକଟରେ ହକି ବିଶ୍ୱକପ ଆୟୋଜନ ବେଳେ ସାରା ସହରକୁ ଏକ ସୁରକ୍ଷିତ ବଳୟ ଭିତରେ ରଖିବାରେ ତାଙ୍କ ଭୂମିକା ଓ ଦକ୍ଷତା ସାରା ରାଜ୍ୟ ଦେଖିଛି ।

ପୁରୀର ଏଏସପି ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ ଏହି ଟପ ଆଇପିଏସ । ପରେ ପୁରୀ, କଟକ, ଗଞ୍ଜାମ ଓ କେନ୍ଦୁଝର ଜିଲ୍ଲାର ଏସପି ହୋଇଥିଲେ । ୨୦୦୮ରେ କମିଶନରେଟ ପୁଲିସ ଗଠନ ପରେ ସେ କଟକର ପ୍ରଥମ ଡିସିିପି ହୋଇଥିଲେ । ନବକଳେବର ବେଳେ ଆଇନ ଶୃଙ୍ଖଳାର ସୁପରିଚାଳନା କରି ସେ ପାଇଥିଲେ ଆଉ ଏକ ଆଦୃତି । ଏମିତିକି ସିପି ହେବା ପୂର୍ବରୁ ରଥଯାତ୍ରା ସମୟରେ ସବୁବେଳେ ସୌମେନ୍ଦ୍ରଙ୍କ ଉପସ୍ଥିତି ପୁରୀ ପୁଲିସକୁ ବଳ ଯୋଗାଉଥିଲେ । ମାଓ ଦମନ ସହ ଡିଆଇଜି ପଦବୀରେ ଥିବା ବେଳେ ବି ତାଙ୍କ ପ୍ରଦର୍ଶନ ସମସ୍ତଙ୍କ ପାଇଁ ଉଦାହରଣ ।

ଆଜି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶିଙ୍କ ତତ୍ତ୍ୱାବଧାନରେ ଟ୍ୱିନସିଟିରେ ଅପରାଧୀ ଛାନିଆ । ରାହଜାନି, ଛିନତାଇ, ଲୁଟ ଘଟଣା କମିଛି । ଆଜି ଆମେ ଯେତେବେଳେ ରାତିରେ ଶାନ୍ତିରେ ଶୋଉଚୁ, ସେତେବେଳେ ସକ୍ରିୟ ରହିଛି କମିଶନରେଟ ପୋଲିସ । ଆଉ ଟ୍ୱିନସିଟି ପୋଲିସ ମ୍ୟାନେଜମେଣ୍ଟର ପୁରା ଶ୍ରେୟ ଯାଉଛି ସୌମେନ୍ଦ୍ରଙ୍କ ପାଖକୁ । ସବୁଠୁ ବଡ଼ କଥା ହେଲା ସିପିଙ୍କ ସରଳପଣ । ଅପରାଧୀଙ୍କ ପାଇଁ ସେ ଆତଙ୍କ, ହେଲେ ଟ୍ୱିନସିଟିବସୀଙ୍କ ପାଇଁ ସେ ଲୋକଙ୍କ ସିପି । ସେଥିପାଇଁ ତ ଟ୍ୱିନସିଟି କୁହେ ସିପି ଯେତିକି ସଫଳ, ସେତିକି ସରଳ ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE

Leave a Reply

Your email address will not be published. Required fields are marked *