ଆଉ ଦିନ 2 ପରେ ପ୍ରବଳ ଶୀତ
ଆଉ ଦିନ ପରେ ପ୍ରବଳ ଶୀତ ଅନୂଭୁତ ହେବ । ୨ ରୁ ୩ ଦିନ ମଧ୍ୟରେ ଜାଡ ବଢିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କୋହଲା ପାଗ ପ୍ରଭାବ କମିବା ପରେ ଶୀତ ବଢିବ । ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ । ବର୍ତ୍ତମାନ କୋହଲା ପାଗ ସହ ମେଘୁଆ ଆକାଶ ପ୍ରଭାବରେ ଦିନର ତାପମାତ୍ରା ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମିଥିବା ବେଳେ ରାତ୍ରିର ତାପମାତ୍ରା ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ଉପରେ ରହିଛି । ୯ ତାରିଖ ପରେ ଉପାନ୍ତରୁ ଉପକୂଳ ସବୁଠି ରାତିର ତାପମାତ୍ରା କମିବ । ଆସନ୍ତା ୨ ଦିନ ଭିତରେ ପାଗରେ ପରିବର୍ତ୍ତନ ହେବ ବୋଲି ପାଣିପାଗ କେନ୍ଦ୍ର କହିଛି । …