ଆଜିଠୁ ଭାରତ-ଓ୍ବେଷ୍ଟଇଣ୍ଡିଜ T-20
ଆଜିଠୁ ଭାରତ-ଓ୍ବେଷ୍ଟଇଣ୍ଡିଜ ଟି-ଟ୍ବେଣ୍ଟି ସିରିଜ। ଆଜି ପ୍ରଥମ ମ୍ୟାଚ ଖେଳାଯିବ । ଓ୍ବେଷ୍ଟଇଣ୍ଡିଜର ବ୍ରିୟାନଲାରା ଷ୍ଟାଡିୟମରେ ରାତି ୮ଟାରୁ ଖେଳ ଆରମ୍ଭ ହେବାକୁ ଥିବା ବେଳେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଶେଷ ଦିନିକିଆରେ ବିଶାଳ ସ୍କୋର କରି ବିଜୟ ଲାଭ କରିଥିବା ଭାରତର ମନୋବଳ ଦୃଢ ରହିଛି । ନିୟମିତ ଅଧିନାୟକ ରୋହିତ ଶର୍ମା ଓ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି । ଆଇପିଏଲରେ ଭଲ ପ୍ରଦର୍ଶନ କରିଥିବା ଜୟସ୍ବାଲ ଓ ତିଲକ ବର୍ମାଙ୍କୁ ଟି-ଟ୍ବେଣ୍ଟିରେ ସୁଯୋଗ ମିଳିଛି ।
