ଅର୍ଥନୀତି

ଆଜିଠୁ ଲାଗୁ ହେଲା ଏହିସବୁ ନୂଆ ନିୟମ

0
(0)

ଆଜିଠୁ ଆରମ୍ଭ ହୋଇଛି ନୂଆ ଆର୍ଥିକ ବର୍ଷ (୨୦୨୫-୨୬) । ଏହା ସହିତ ଅନେକ ବଡ଼ ପରିବର୍ତ୍ତନ ମଧ୍ୟ ହୋଇଛି। ଟିକସ ସଞ୍ଚୟ, ଟିଡିଏସ ସୀମା ବୃଦ୍ଧି, ଜିଏସଟି, ଏନପିସିଆଇ, ୟୁପିଆଇ ଯାଏ ଅନେକ ନିୟମ ବଦଳିବା ସହ ଅନେକ ଔଷଧର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି।

ଏଥି ସହିତ ନୂଆ ବଜେଟ ମଧ୍ୟ କାର୍ଯ୍ୟକାରୀ ହୋଇଛି। ଏହା ସାରା ଦେଶର ଟିକସଦାତା, ବୃତ୍ତିଧାରୀ ଏବଂ ଗ୍ରାହକଙ୍କ ଉପରେ ପ୍ରଭାବ ପକାଇବ। ନୂଆ ଟିକସ ବ୍ୟବସ୍ଥା ଲାଗୁହେବା ଦ୍ବାରା ଏବେ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ। ବୃତ୍ତିଗତଙ୍କ ପାଇଁ ୭୫ ହଜାରର ଷ୍ଟାଣ୍ଡାର୍ଟ ଡିଡକ୍ସନ ସହିତ ଏହି ଆଶ୍ବସ୍ତି ୧୨.୭୫ ଲକ୍ଷ ଟଙ୍କା ହୋଇଯିବ। ୨୦ରୁ ୨୪ ଲକ୍ଷ ଆୟ ପାଇଁ ୨୫ ପ୍ରତିଶତ ଟିକସ ଦେବାକୁ ପଡ଼ିବ। ଏହା ବ୍ୟତୀତ ଉତ୍ସରୁ ଟିକସ ସଂଗ୍ରହ (ଟିସିଏସ) ୭ ଲକ୍ଷରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇବ ।

ସେହିପରି କୌଣସି ବ୍ୟାଙ୍କ ଆଦି ଆର୍ଥିକ ସଂଗଠନରୁ ଋଣ ନେଲେ ଆଉ ଟିସିଏସ ଲାଗିବ ନାହିଁ। ଏହା ଦ୍ବାରା ଛାତ୍ରଛାତ୍ରୀ ଏବଂ ତାଙ୍କ ପରିବାରକୁ ଲାଭ ମିଳିବ। ଏହା ବ୍ୟତୀତ କିଛି ପେମେଣ୍ଟ ଉପରେ ଟ୍ୟାକ୍ସ ଡିଡକ୍ସନ ଆଟ୍ ସୋର୍ସ (ଟିଡିଏସ) ସୀମା ମଧ୍ୟ ବୃଦ୍ଧି ହେବାକୁ ଯାଉଛି। ଭଡ଼ାରୁ ହେବାକୁ ଥିବା ଆୟ ଉପରେ ଟିଡିଏସ୍ ସୀମା ୨.୪ ଲକ୍ଷରୁ ୬ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇବ। ବ୍ୟାଙ୍କ ଏଫ୍‌ଡ଼ି ଆୟ କରୁଥିବା ବରିଷ୍ଠ ନାଗରିକଙ୍କ ପାଇଁ ଟିଡିଏସ ସୀମା ୫୦ ହଜାରରୁ ଲକ୍ଷେ ଟଙ୍କାକୁ ବୃଦ୍ଧି ହେବ। ଏବେ ଟିକସଦାତାଙ୍କୁ ମୂଲ୍ୟାଙ୍କନ ବର୍ଷର ଶେଷରେ ଅପଡେଟେଡ ରିଟର୍ଣ୍ଣ ଦାଖଲ ପାଇଁ ୨୪ ମାସ ବଦଳରେ ୪୮ ମାସ ସମୟ ମିଳିଛି। ଅନ୍ୟପକ୍ଷରେ ୯୦୦ରୁ ଅଧିକ ଜରୁରୀ ଔଷଧର ମୂଲ୍ୟ ୧.୭୪ ପ୍ରତିଶତ ବୃଦ୍ଧି ପାଇବ ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE