ଶିକ୍ଷା

ଆଜି ଛତିଶଗଡ଼ ଭୋଟ୍

0
(0)

() ଛତିଶଗଡ଼ରେ ଆଜି ୨୦ଟି ଆସନରେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ। ସେଥିରେ ରହିଛି ନକ୍ସଲପ୍ରବଣ ବସ୍ତରର ୧୨ଟି ଆସନ । ସକାଳ ୮ଟାରୁ ଆରମ୍ଭ ହେବ ଭୋଟିଂ । ନିର୍ବାଚନ ଲାଗି ୬୦ ହଜାରରୁ ଅଧିକ ନିରାପତ୍ତା ରକ୍ଷୀଙ୍କୁ ମୁତୟନ କରାଯାଇଛି । ବିଭିନ୍ନ ସ୍ଥାନରେ ଯବାନଙ୍କ ସର୍ଚ୍ଚ ଅପରେସନ କରାଯାଇଛି । ପୋଲିଂ ପାର୍ଟି ଗନ୍ତବ୍ୟସ୍ଥଳରେ ପହଞ୍ଚିଛନ୍ତି । ବସ୍ତର ଅଞ୍ଚଳର ଅନ୍ତଗଡ଼ରେ କଂଗ୍ରେସର ରୂପ ସିଂ ପୋତାଇ ପ୍ରାର୍ଥୀ ହୋଇଥିବାବେଳେ ବିଜେପି ରାଜ୍ୟ ସଭାପତି ବିକ୍ରମ ଉସେନ୍ଦି ପ୍ରାର୍ଥୀ ହୋଇଛନ୍ତି । ବସ୍ତରରେ କଂଗ୍ରେସର ଲକ୍ଷେଶ୍ବର ବଘେଲଙ୍କୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ବିଜେପିର ମଣିରାମ କଶ୍ୟପ । ଦାନ୍ତେଓ୍ବାଡାରେ କଂଗ୍ରେସର ଛବିନ୍ଦ୍ର କର୍ମାଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ବିଜେପିର ଚୈତରାମ ଅତାମି ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୨୦ ଆସନରେ ଲଢୁଛନ୍ତି ୨୨୩ ପ୍ରାର୍ଥୀ । ସେମାନଙ୍କ ମଧ୍ୟରୁ ୧୯୮ ପୁରୁଷ ଓ ୨୫ଜଣ ମହିଳା ପ୍ରାର୍ଥୀ । ପ୍ରଥମ ପର୍ଯ୍ୟାୟରେ ଭୋଟ ଦେବେ ୪୦ ଲକ୍ଷ ୭୮ ହଜାରରୁ ଅଧିକ ଭୋଟର । ନିର୍ବାଚନ ଲାଗି ୫ ହଜାର ୩୦୪ଟି ବୁଥ୍ ବ୍ୟବସ୍ଥା କରାଯାଇଛି । ୨୦୧୮ ନିର୍ବାଚନରେ କଂଗ୍ରେସକୁ ୭୧ ଆସନ ମିଳିଥିବାବେଳେ ବିଜେପିକୁ ମିଳିଥିଲା ୧୫ ଆସନ । ୨୦୨୪ ଜାନୁଆରୀ ୩ରେ ଛତିଶଗଡ଼ ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଛି । ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୧୭ରେ ହେବ । ଅବଶିଷ୍ଟ ୭୦ ଆସନରେ ହେବ ଭୋଟ । ମତଦାନ କରିବେ ୧ କୋଟି ୬୩ ଲକ୍ଷରୁ ଅଧିକ ଭୋଟର ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE

Leave a Reply