ଆଜି ବିଶ୍ୱ ଦହିବରା ଓ ଆଳୁଦମ ଦିବସ
ଆଜି ବିଶ୍ୱ ଦହିବରା ଓ ଆଳୁଦମ ଦିବସ । ଏହି ଉପଲକ୍ଷେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପାଳନ ଚାଲିଛି ଏହି ଦିବସ । ଲୋକେ ଦହିବରା ଆଳୁଦମ ଖାଇ ଏହି ଦିବସ ମନାଇଛନ୍ତି ।
ବିଶେଷ କରି ଦହିବରା ଆଳୁଦମ ପାଇଁ ବିଶେଷ ଖ୍ୟାତି ଅର୍ଜନ କରିଥିବା କଟକ ସହରର ବିଭିନ୍ନ ସ୍ଥାନରେ ଦହିବରା ବିକ୍ରି ହେବା ସହିତ ଲୋକେ ମଧ୍ୟ ଏହାର ମଜା ଉଠାଇଛନ୍ତି ।
ଆଜି ବିଶ୍ୱ ଦହିବରା ଓ ଆଳୁଦମ ଦିବସ ବିଶେଷ କରି ଖରା ଦିନରେ ଦହିବରା ଖାଇବା ପରେ ଦହି ପାଣି ପିଇବାର ମଜା ଯିଏ ଅନୁଭବ କରିଛି ସିଏ ହିଁ କହିପାରିବ ଦହିବରାର ସ୍ୱାଦ କେତେ ଭଲ ।ଦହିପାଣିରେ ଭିଜା ଯାଇଥିବା ବରା ସାଙ୍ଗକୁ ଆଳୁଦମ । ଏହା ସହ ପିଆଜ, ସେଓ ଓ ପୁଦିନା ଚଟଣି । ସକାଳ ହେଉ କି ମଧ୍ୟାହ୍ନ ଦହିବରା ସାଙ୍ଗରେ ଆଳୁଦମ ଏକ ସ୍ୱତନ୍ତ୍ର ମହତ୍ତ୍ୱ ରଖେ ।
Related posts:
ବଦଳିଲା ମୋ ସ୍କୁଲ ଅଭିଯାନର ନାଁSeptember 14, 2024
ପ୍ରଥମ ଥର ପାଇଁ ଓଡ଼ିଶାରେ ଅନୁଷ୍ଠିତ ହୋଇଛି ଜାତୀୟ ସ୍ତରର ମୌସୁମୀ ବୈଠକSeptember 14, 2024
ସରକାରୀ ଅଧିକାରୀଙ୍କ ଛୁଟି ୩ଦିନ ପାଇଁ ବାତିଲSeptember 14, 2024
ଲୁହା କଡ଼େଇରେ ରୋଷେଇ ଘଟଣା, କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ମୁଖ୍ୟ ପ୍ରଶାସକSeptember 13, 2024
ଆସୁଛି ଆଉ ଏକ ବଡ଼ ବର୍ଷାSeptember 13, 2024
ଖୁବ୍ଶୀଘ୍ର ହେବ ରତ୍ନଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷଣ ଓ ବୈଷୟିକ ଯାଞ୍ଚSeptember 12, 2024