ଆଜି ୧୩୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିବ ଇଡି
ଆଜି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ୧୩୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିବ ଇଡି। ମୁଖ୍ୟତଃ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱରଙ୍କ ବିରୋଧରେ ଏହି ଚାର୍ଜସିଟ୍ ଦାଖଲ କରାଯିବ ।
କିଛି ଦିନ ତଳେ ଇଡିର ଏକ ସ୍ୱତନ୍ତ୍ର ଟିମ୍ ଅର୍ଚ୍ଚନାଙ୍କ ଭୁବନେଶ୍ୱର ସତ୍ୟବିହାର ଘରକୁ ଯାଇ ମାପଚୁପ କରିଛି । ତେଣୁ ଖୁବ୍ଶୀଘ୍ର ଅର୍ଚ୍ଚନାଙ୍କ ସମେତ ଜଗବନ୍ଧୁ ଓ ଖଗେଶ୍ୱରଙ୍କ ସମ୍ପତ୍ତି ବି ଜବତ ହେବ ବୋଲି ଅନୁମାନ କରାଯାଉଛି।
ତିନି ଜଣଙ୍କୁ ଇଡି ନୋଟିସ୍ କରିଛି । ଏହି ତିନି ଜଣ ନିଜର ବିଶାଳ ସାମ୍ରାଜ୍ୟ ଛିଡ଼ା କରିପାରିଛନ୍ତି । ଏହାବାଦ ଏହି ମାମଲାରେ ଜେରାର ସମ୍ମୁଖୀନ ସମସ୍ତଙ୍କର ଅଡିଓ, ଭିଡିଓ ରେକର୍ଡ ବି ଦାଖଲ କରାଯିବ ବୋଲି ସୂଚନା ମିଳିଛି ।