ଆତ୍ମରକ୍ଷା ପାଇଁ ନୂପୁର ଶର୍ମାଙ୍କୁ ମିଳିଲା ବନ୍ଧୁକ ଲାଇସେନ୍ସ
ଆତ୍ମରକ୍ଷା ପାଇଁ ନୂପୁର ଶର୍ମାଙ୍କୁ ମିଳିଲା ବନ୍ଧୁକ ଲାଇସେନ୍ସ । ନୂପୁରଙ୍କୁ ବିଭିନ୍ନ ସ୍ଥାନରୁ ବାରମ୍ବାର ହତ୍ୟା ଧମକ ମିଳୁଥିବା ଅଭିଯୋଗ ହୋଇଥିଲା । ଧମକ ମିଳୁଥିବାରୁ ସେ ବନ୍ଧୁକ ଲାଇସେନ୍ସ ପାଇଁ ଆବେଦନ କରିଥିଲେ ।
ତାଙ୍କ ଆବେଦନକୁ ରକ୍ଷା କରି ଦିଲ୍ଲୀ ପୁଲିସ୍ ତାଙ୍କୁ ଲାଇସେନ୍ସ ପ୍ରଦାନ କରିଛି ।ପୁର୍ବରୁ ପ୍ରଫେଟ ମହମ୍ମଦଙ୍କ ସମ୍ପର୍କରେ ଅତ୍ୟନ୍ତ ଅଭଦ୍ର ଟିପ୍ପଣୀ କରି ବିଜେପିରୁ ନିଲମ୍ବିତ ହୋଇଥିଲେ ନୂପୁର ଶର୍ମା ।ଏହା ସହିତ ତାଙ୍କ ନାଁରେ ଏକାଧିକ ମାମଲା ହୋଇଥିଲା । ଏହାର ତଦନ୍ତ ଦିଲ୍ଲୀ ପୁଲିସ୍ କରୁଛି । ନୂପୁର ୨୦୨୨ ମସିହା ଜୁନ ମାସରେ ବିବାଦୀୟ ଟିପ୍ପଣୀ କରିଥିଲେ ।
ସେ ଗୋଟିଏ ଟିଭି ଚ୍ୟାନେଲ ବିତର୍କରେ ବିଜେପି ପାଇଁ ଓକିଲାତି କରୁଥିବା ବେଳେ ପ୍ରଫେଟଙ୍କ ସମ୍ପର୍କରେ ଅଭଦ୍ର ଟିପ୍ପଣୀ କରିଥିଲେ । ଏହାକୁ ନେଇ ପୂରା ଦେଶରେ ବିବାଦୀୟ ସ୍ଥିତି ସୃଷ୍ଟି ହୋଇଥିଲା । ଅନେକ ବିଦେଶ ରାଷ୍ଟ୍ର ମଧ୍ୟ ଏଥିପାଇଁ ଭାରତ ସରକାରଙ୍କ ଆଗରେ ନିଜର ଅସନ୍ତୋଷ ଜାହିର କରିଥିଲେ ।