ରାଜ୍ୟ

ଆସନ୍ତା ମାର୍ଚ୍ଚ ୧୦ରୁ ମାଟ୍ରିକ ସମ୍ମେଟିଭ ଆସେସମେଣ୍ଟ ପରୀକ୍ଷା

0
(0)

ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଆସନ୍ତା ମାର୍ଚ୍ଚ ୧୦ରୁ ମାଟ୍ରିକ ସମ୍ମେଟିଭ ଆସେସମେଣ୍ଟ (ଏସଏ)-୨ ପରୀକ୍ଷା ଆରମ୍ଭ ହେବ। ଏହା୧୭ ତାରିଖ ଯାଏଁ ଚାଲିବ।

ହାଇସ୍କୁଲ ସାର୍ଟିଫିକେଟ ବ୍ୟତୀତ ମଧ୍ୟମା ଓ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟର ଛାତ୍ରଛାତ୍ରୀ ମାନେ ପରୀକ୍ଷା ଦେବେ। ସେହିପରି ୯ମ ଏଵଂ ମଧ୍ୟମା ନିମନ୍ତେ ଫେବୁଆରୀ ୨୦ରୁ ୨୫ ଯାଏଁ ଚାଲିବ।

ସେହିପରି ଧନ୍ଦାମୂଳକ ଶିକ୍ଷାର ପ୍ରାକ୍ଟିକାଲ ପରୀକ୍ଷା ଫେବୃଆରୀ ୯ ରୁ ୧୪ ମଧ୍ୟରେ ନିଜ ସ୍କୁଲର ମୁଖ୍ୟଙ୍କ ତାୱାବଧାନରେ କରାଯିବ। ପରୀକ୍ଷାର ମାର୍କ ଗୁଡ଼ିକ ଫେବୃଆରୀ ୨୨ରୁ ୨୮ ତାରିଖ ମଧ୍ୟରେ ନିୟୁଟ୍ରାଲ ସ୍କୁଲରେ ମୂଲ୍ୟାଙ୍କନ ହେବ। ୯ମ ଏସ ଏ-୨ ଏବଂ ଏଫଏ-୩ ଓ ୪ର ନମ୍ବର ପରୀକ୍ଷା ଫଳ ମାର୍ଚ୍ଚ ୨ରୁ ୧୦ ମଧ୍ୟରେ ଅପଲୋଡ କରାଯିବ।

ମାର୍ଚ୍ଚ ଶେଷ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ ପାଇବ । ୨୦୨୩-୨୪ର ନୂତନ ଶିକ୍ଷା ବର୍ଷ ଅପ୍ରେଲରୁ ଆରମ୍ଭ ହେବ ବୋଲି ସାମ୍ୱାଦିକ ସମ୍ମିଳନୀରେ ବୋର୍ଡ ସଭାପତି ରାମଶିଷ ହାଜରା ସୂଚନା ଦେଇଛନ୍ତି ।

ସମ୍ମେଟିଭ -୨ପରୀକ୍ଷା ନିମନ୍ତେ ଖୁବ୍ ଶୀଘ୍ର ବୋର୍ଡ ପକ୍ଷରୁ ବିଜ୍ଞାପନ ପ୍ରକାଶ ପାଇବ। ଏହି ସାମ୍ବାଦିକ ସମ୍ମିଳନୀରେ ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି, ସମ୍ପାଦକ ସୁମିତ୍ରା ସରକାର ଉପସ୍ଥିତ ଥିଲେ। ରାଜ୍ୟରେ ମୋଟ ୫ ଲକ୍ଷ ୩୨ ହଜାର ୭୧୨ ଛାତ୍ରଛାତ୍ରୀ ହାଇସ୍କୁଲ ସାର୍ଟିଫିକେଟ ନିମନ୍ତେ ଏହି ପରୀକ୍ଷା ଦେବେ ଏଥିଲାଗି ବୋର୍ଡ ପକ୍ଷରୁ ୩୦ ଜିଲ୍ଲାରେ ୩ ହଜାର ୨୯ଟି ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯାଇଛି ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE

Leave a Reply

Your email address will not be published. Required fields are marked *