ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ବିଡିଓ, ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ
ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଖଡ଼ିଆଳ ବିଡିଓ ନାରାୟଣ ସାହୁଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ନାରାୟଣଙ୍କର ବଲାଙ୍ଗିରରେ ଥିବା ପୈତୃକ ଘର, ନିଜ ଘର ଓ ସମ୍ପର୍କୀୟ ଘର ଚଢ଼ାଉ କରାଯାଇଛି।
ସେହିପରି ନୂଆପଡ଼ାର ଖଡିଆଳରେ ଥିବା ନାରାୟଣଙ୍କ ଅଫିସ ଓ ସରକାରୀ ବାସଭାବନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।
ଭିଜିଲାନ୍ସ ବିଭାଗର ୩ଜଣ ଡିଏସ୍ପି ୧୦ ଜଣ ଇନ୍ସପେକ୍ଟର ଓ ୪ଜଣ ଏଏସ୍ଆଇ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି। ଚଢ଼ାଉ ବେଳେ ନଗଦ ୧୪ ହଜାରରୁ ଅଧିକ ଟଙ୍କା, ବ୍ୟାଙ୍କ କାଗଜପତ୍ର, ଇନସ୍ୟୁରାନ୍ସ ଜବତ କରାଯାଇଛି।