ରାଜ୍ୟ

ଇଞ୍ଜିନିୟର ରାମ ପ୍ରସାଦ ପଣ୍ଡା

0
(0)

ବ୍ୟକ୍ତିତ୍ୱ ଯେତିକି ଉଚ୍ଚ, ଚିନ୍ତାଧାରା ସେତିକି ମାର୍ଜିତ ।
ଜାତୀୟ ରାଜପଥ ପ୍ରାଧିକରଣ କତ୍ତୃପକ୍ଷ ଭୁବନେଶ୍ୱରଙ୍କ ଚିଫ ଜେନେରାଲ ମ୍ୟାନେଜର ଡକ୍ଟର ରାମ ପ୍ରସାଦ ପଣ୍ଡା । ଏନଏଚଏଆଇର ମୁଖିଆ ଏହି ଓଡ଼ିଆ ପୁଅ ଆଜି ସାରା ଦେଶରେ ଜଣେ ଚର୍ଚ୍ଚିତ ଚେହେରା । ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଲିଛି ରାଜ୍ୟରେ ରାଜପଥର ବିକାଶ କାର୍ଯ୍ୟ । କେବଳ ରାଜପଥ ନୁହେଁ ରାଜପଥ ସହ ଜଡ଼ିତ ଥିବା ଆନୁସଙ୍ଗୀକ କାର୍ଯ୍ୟ ବି ଏନଏଚଏଆଇ ହାତରେ ରହିଛି ।

ଚିଲିକାରେ ରୋପ ୱେ’ ନିର୍ମାଣ ଭଳି ପ୍ରକଳ୍ପର ଆହ୍ୱାନକୁ ବି ସେ ସାମ୍ନା କରିଛନ୍ତି । କେବଳ ଏତିକିନୁହେଁ ଓଡ଼ିଶାରେ କଟକ-ସମ୍ବଲପୁର, ଭଦ୍ରକ-ବାଲେଶ୍ୱର ପ୍ରକଳ୍ପର କାର୍ଯ୍ୟ ଜୋରସୋରରେ ଚାଲିଛି । ରାୟପୁର-ବିଶାଖାପାଟଣାମ କରିଡ କାର୍ଯ୍ୟ ବି ତାଙ୍କ ନେତୃତ୍ୱରେ ଆଗକୁ ବଢ଼ୁଛି । ଖୋର୍ଦ୍ଧା ରାଜରାସ୍ତାକୁ ଆଠ ଲେନ କରିବା ଭଳି ନୂଆ ରେକର୍ଡର ମଙ୍ଗଧାର ଏନଏଚଏଆଇର ଏହି ଟପ ଇଞ୍ଜିନିୟର । ତାଙ୍କ ଦକ୍ଷତା ଯେତିକି, ଦାୟୀତ୍ୱବୋଧ ବି ସେତିକି ।

ଗଞ୍ଜାମ ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ରାମ ପ୍ରସାଦ ପଣ୍ଡା ଆଜି ସାରା ଦେଶର ବିକାଶରେ ନେଇଛନ୍ତି ବଡ଼ ଭୂମିକା । ଇଞ୍ଜିନିୟରିଂକୁ ଜାଣିଥିବା ଓ ଅଭିଜ୍ଞତାକୁ ପରଖିଥିବା ରାମ ପ୍ରସାଦ ପଣ୍ଡାଙ୍କ ଏଜେଣ୍ଡା ବି ଭାରି ନିଆରା । ଅସମ୍ଭବକୁ ସମ୍ଭବ କରିବାର ଜ୍ଞାନକୌଶଳର ଅଧିକାର ଏହି ଟପ ଟେକନିକାଲ ଇଞ୍ଜିନିୟର । ସେଥିପାଇଁ ତ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଭିତ୍ତିଭୂମି ବିକାଶରେ ତାଙ୍କୁ ଏତେ ବିଶ୍ୱାସ କରନ୍ତି ।
ବର୍ତ୍ତମାନ ରାଜ୍ୟରେ ଅନେକ ନୂଆ ପ୍ରକଳ୍ପ ବି ରାମ ପ୍ରସାଦ ପଣ୍ଡାଙ୍କ ନେତୃତ୍ୱରେ ଚାଲିଛି ।

କ୍ୟାପିଟାଲ ରିଜିଅନ ରିଂ ରୋଡ, କୋଷ୍ଟାଲ ହାଇୱେ ଭଳି ପ୍ରକଳ୍ପ ବର୍ତ୍ତମାନ ରାମ ପ୍ରସାଦ ପଣ୍ଡାଙ୍କ ଡ୍ରିମ ମୋଡେଲ ଓ ପ୍ରୋଜେକ୍ଟ କହିଲେ କିଛି ଭୂଳ ହେବନି । ଏହି ସଫଳ ଓଡ଼ିଆ ପୁଅଙ୍କଠୁ ଅନେକ କିଛି ଆଶା ରଖିଛି ଓଡ଼ିଶା ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE

Leave a Reply