ଉଦ୍ଧବ ଠାକରେଙ୍କୁ ବଡ ଝଟକା
ପୁଣି ଏକ ବଡ ଝଟକା ଲାଗିଛି ଉଦ୍ଧବ ବାଲାସାହେବ ଠାକରେ ମୁଖ୍ୟ ଉଦ୍ଧବ ଠାକରେଙ୍କୁ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଙ୍ଗଳବାର (ଫେବୃଆରୀ-୨୧) ଦିନ ଶିବସେନାର ରାଷ୍ଟ୍ରୀୟ କାର୍ଯ୍ୟକାରୀଣି ବୈଠକ କରିବେ ।
ଏହି ବୈଠକରେ ଦଳର ସାଂସଦ , ବିଧାୟକ ଓ ଅନ୍ୟନେତାମାନେ ଯୋଗଦେବେ । ଏହା ପୂର୍ବରୁ ଗତକାଲି ମୁମ୍ବାଇ ବିଧାନ ଭବନକୁ ସିନ୍ଦେ ଗୋଷ୍ଠୀ ଦଖଲକୁ ନେଇଛନ୍ତି ।ପାର୍ଟିର ନାମ ଓ ନିର୍ବାଚନ ଚିହ୍ନ ହରାଇବା ପରେ ଏବେ ସଂସଦରେ ଥିବା ଶିବସେନା କାର୍ଯ୍ୟାଳୟକୁ ସିନ୍ଦେ ଗୋଷ୍ଠୀକୁ ଦିଆଯାଇଛି ।
ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ନଜରରେ ରଖି ସଂସଦରେ ଥିବା ଶିବସେନା କାର୍ଯ୍ୟାଳୟ ଏବେ ସିନ୍ଦେ ଗୋଷ୍ଠୀ ଦଖଲକୁ ଆସିଛି । ଏବେ ଏହି କାର୍ଯ୍ୟାଳୟ ଉପରେ ଉଦ୍ଧବ ଗୋଷ୍ଠୀର କୌଣସି ହକ୍ ନାହିଁ ବୋଲି କୁହାଯାଇଛି । କିଛିଦିନ ତଳେ ସିନ୍ଦେ ଗୋଷ୍ଠୀ ଏହି ଦପ୍ତର ଉପରେ ନିଜର ଅଧିକାର ମାଗିଥିଲେ ।
Related posts:
ଚତୁର୍ଥଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ ସୋରେନNovember 28, 2024
ମୁଖ୍ୟମନ୍ତ୍ରୀ ପଦପାଇଁ ଦାବି ଜଣାଇଲେ ସିନ୍ଧେNovember 23, 2024
ସୋରେନଙ୍କ ହାତରେ ଝାଡ଼ଖଣ୍ଡNovember 23, 2024
ଜାଣନ୍ତୁ ରାହୁଲଙ୍କୁ ଟ୍ରୋଲ କଲେ କେଉଁ ନେତାNovember 23, 2024
ରାଜନୀତି ମଇଦାନରେ ଫେଲ୍ ମାରିଲେ ଅଭିନେତାNovember 23, 2024
୨୮୮ ଆସନ ମଧ୍ୟରୁ ୨୧୦ଟିରେ ଆଗୁଆ ରହିଛି ଶାସକ ମହାୟୁତିNovember 23, 2024