ଏପ୍ରିଲ ମାସ ୨୫ ତାରିଖ ଦିନ ଖୋଲିବ କେଦାରନାଥ ପୀଠ
ଆସନ୍ତା ଏପ୍ରିଲ ମାସ ୨୫ ତାରିଖ ଦିନ କେଦାରନାଥ ପୀଠ ଖୋଲିବ । ସକାଳ ୬ଟା ବାଜି ୨୦ ମିନିଟ୍ ସମୟରେ ମନ୍ଦିରର ଦ୍ୱାର ଖୋଲିବା ନେଇ ସମୟ ଧାର୍ଯ୍ୟ କରାଯାଇଛି । ତେବେ କେଦାରନାଥ ମନ୍ଦିରର କପାଟ ଖୋଲିବା ସହ ଭକ୍ତଙ୍କ ଦର୍ଶନ ମଧ୍ୟ ଆରମ୍ଭ ହେବ ।
ତେଣୁ କେଦାରନାଥରେ ଭକ୍ତଙ୍କ ଗହଳି ବଢିବ ବୋଲି ବି ଅନୁମାନ କରାଯାଉଛି ।ସୂଚନାଯୋଗ୍ୟ ଯେ, ବାବା କେଦାରଙ୍କ ଡୋଲି ସର୍ବପ୍ରଥମେ ଏପ୍ରିଲ ୨୪ ତାରିଖରେ ସେଠାରେ ପହଞ୍ଚିବ ।
ଏହା ଓମକାରେଶ୍ୱର ମନ୍ଦିର, ଉଖୀମଠ ଦେଇ କେଦାରନାଥରେ ପହଞ୍ଚିବା ପରେ ବିଧି ମୁତାବକ ଧାର୍ମିକ କାମ ଆରମ୍ଭ ହେବ । ତେବେ ସମସ୍ତ ଧାର୍ମିକ କାମ ଶେଷ ହେବା ପରେ ସକାଳ ୬ଟା ୨୦ ମିନିଟ୍ ସମୟରେ ମନ୍ଦିରର ଦ୍ୱାର ଖୋଲାଯିବ । ସୂଚନାଯୋଗ୍ୟ ଯେ, ଶୀତ କାରଣରୁ କେଦାରନାଥ ଯାତ୍ରା ବର୍ତ୍ତମାନ ବନ୍ଦ ଅଛି ।
Related posts:
ସୁନା ଭଣ୍ଡାର ବଢାଇଲା ଭାରତDecember 6, 2024
ମନ୍ତ୍ରୀଙ୍କୁ ବିଭାଗ ବାଣ୍ଟିଲେ ହେମନ୍ତ ସୋରେନ୍December 6, 2024
କଂଗ୍ରେସ ଏମ୍ପି ବସିବା ସିଟ୍ରୁ ମିଳିଲା ନୋଟ ବିଡାDecember 6, 2024
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଦେବେନ୍ଦ୍ର ଫଡନାବିସDecember 5, 2024
ମହାରାଷ୍ଟ୍ରରେ ଆଜିଠୁ ଫଡନାଭିସ ସରକାରDecember 5, 2024
ଲଞ୍ଚହେବ ପ୍ରୋବା-୩ ସାଟେଲାଇଟDecember 5, 2024