ଏମ୍ସରେ ପ୍ରତାପ ଷଡଙ୍ଗୀଙ୍କୁ ଭେଟିଲେ ଅପରାଜିତା ଷଡଙ୍ଗୀ
କିଛି ଦିନ ତଳେ ଜ୍ୱରରେ ପୀଡ଼ିତ ଥିବା ବାଲେଶ୍ୱର ସାଂସଦ, ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପ୍ରତାପ ଷଡ଼ଙ୍ଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ସେ ନିମୋନିଆ ଜ୍ୱରରେ ପୀଡ଼ିତ ଥିବା ଜଣାପଡ଼ିଛି ।
ତେବେ ଡାକ୍ତରଙ୍କ ପରାଶର୍ମ କ୍ରମେ ତାଙ୍କୁ ଆଇସିୟୁରେ ରଖି ଚିକିତ୍ସା କରିବା ପରେ ଅଧିକ ଚିକିତ୍ସା ପାଇଁ ଏମ୍ସକୁ ରେଫର କରାଯାଇଥିଲା । ଅସୁସ୍ଥତା କାରଣରୁ ଏମ୍ସରେ ଚିକିତ୍ସିତ ହେଉଥିବା ବିଜେପି ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ଭେଟିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଅପରାଜିତା ଏମ୍ସ ଯାଇ ପ୍ରତାପ ଷଡଙ୍ଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ସହ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ।
ଏହାସହ ସାଂସଦଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ କଥା ହୋଇଛନ୍ତି ଅପରାଜିତା । ପ୍ରତାପ ସୁସ୍ଥ ହେଉଥିବା ବେଳେ ଆସନ୍ତାକାଲି ସେ ହସ୍ପିଟାଲରୁ ଡିସଚାର୍ଜ ହେବେ ବୋଲି ଅପରାଜିତ କହିଛନ୍ତି ।
Related posts:
ଚେତାବନୀ ଦେଲେ ଯୋଗାଣ ଅଧିକାରୀଙ୍କୁJanuary 13, 2025
ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ପାଇଁ ସ୍ବାକ୍ଷରିତ ହୋଇଛି ଏମଓୟୁJanuary 13, 2025
ଆୟୁଷ୍ମାନ ଭାରତ’ ପ୍ରଚଳ ପାଇଁ ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀJanuary 13, 2025
ଆଖି ବୁଜିଲା ଶିମିଳିପାଳର ହାତୀ ମହେନ୍ଦ୍ରJanuary 13, 2025
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା,ପ୍ରତିଷ୍ଠା ହେବ ସ୍ଥାୟୀ ରଙ୍ଗ ମହଲJanuary 13, 2025
ଭୁଲରେ ବାଦ୍ ପଡ଼ିଥିବା ମହିଳାମାନେ ‘ସୁଭଦ୍ରା’ ଯୋଜନା ହେଲେ ଯୋଡ଼ିJanuary 12, 2025