ଅର୍ନ୍ତଜାତୀୟ

ଓଡ଼ିଶାରେ ବିଶ୍ବର ପ୍ରଥମ କଳାବାଘ ସଫାରୀ

0
(0)

() ବନ୍ୟଜନ୍ତୁ ପର୍ଯ୍ୟଟନ କ୍ଷେତ୍ରରେ ନୂଆ ଅଧ୍ୟାୟ । ଓଡ଼ିଶାରେ ହେବ ବିଶ୍ବର ପ୍ରଥମ କଳାବାଘ ସଫାରୀ । ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ କଳାବାଘ ସଫାରୀ ପ୍ରତିଷ୍ଠା ହେବ । ଏନେଇ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳାବାଘ ସଫାରୀ ପାଇଁ ଓଡ଼ିଶାର ପ୍ରସ୍ତାବକୁ ଏନଟିସିଏ ଅନୁମୋଦନ ଦେଇଛି । ୧୮ ନମ୍ବର ଜାତୀୟ ରାଜପଥ କଡ଼ରେ ୨ ଶହ ହେକ୍ଚର ପରିମିତ ଜଙ୍ଗଲରେ ଅକ୍ଟୋବରରୁ ଆରମ୍ଭ ହେବ ସଫାରୀ । ଶହେ ହେକ୍ଟରରେ ହେବ ପ୍ରଦର୍ଶନୀ ଅଞ୍ଚଳ । ଅନ୍ୟ ଶହେ ହେକ୍ଟର ଅଞ୍ଚଳରେ ପଶୁଚିକିତ୍ସା କେନ୍ଦ୍ର ସହ ଉଦ୍ଧାର କରାଯାଇଥିବା ପଶୁଙ୍କ ଥଇଥାନ କେନ୍ଦ୍ର ନିର୍ମାଣ କରାଯିବ । କର୍ମଚାରୀଙ୍କ ପାଇଁ ବାସଭବନ ସହ ପର୍ଯ୍ୟଟକଙ୍କ ପାଇଁ ସମସ୍ତ ସୁବିଧା ଉପଲବ୍ଧ ରହିବ । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଠାରୁ ଏହା ୧୫ କିଲୋମିଟର ଦୂରରେ ହେବ । ନୂଆ ସଫାରୀର ଡିଜାଇନ ଓ ଲ୍ୟାଣ୍ଡସ୍କେପ ଶିମିଳିପାଳ ଭଳି କରାଯିବ । ମେଲାନିଷ୍ଟିକ କଳାବାଘ କେବଳ ସିମିଳିପାଳ ଅଞ୍ଚଳରେ ଦେଖାଯାଆନ୍ତି । ନନ୍ଦନକାନନରେ ଥିବା ବଳକା ବାଘ ସହ ଅନ୍ୟ ଅଞ୍ଚଳରୁ ଚାଲିଆସିଥିବା ବାଘ ମଧ୍ୟ ଏହି ସଫାରୀରେ ରହିବେ । ଶିମିଳିପାଳ ଅଭୟାରଣ୍ୟରେ ଏବେ ୧୦ଟି କଳାବାଘ ରହିଥିବା ଜଣାପଡ଼ିଛି । କଳାବାଘ ସଫାରୀ ହେବା ଫଳରେ ପର୍ଯ୍ୟଟକଙ୍କୁ ଏକ ନୂଆ ଅନୁଭୂତି ମିଳିବ ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE

Leave a Reply

Your email address will not be published. Required fields are marked *