ରାଜ୍ୟ

ଓଡ଼ିଶା ନିର୍ମାଣରେ ଆଗରେ ରାମ ପ୍ରସାଦ, ଏନଏଚଏଆଇର ଦାୟିତ୍ୱ ନେଲା ପରେ ଏବେ ବଡ଼ ଲକ୍ଷ୍ୟ

0
(0)

ଭୁବନେଶ୍ୱର : ସଫଳ ଇଞ୍ଜିନିୟର ରାମ ପ୍ରସାଦ ପଣ୍ଡା । ଗଞ୍ଜାମରେ ଜନ୍ମ ତାଙ୍କର । ଏବେ ଓଡିଶା ପାଇଁ ସେ ଆଣିଛନ୍ତି ଅନେକ ଗର୍ବ । ଏହା ସହ ରାଜ୍ୟର ଭିତ୍ତିଭୂମି ସଜାଡ଼ିବାରେ ମଧ୍ୟ ତାଙ୍କର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା । ତେବେ ଗତ କିଛି ବର୍ଷରେ ରାଜ୍ୟର ଅନେକ ଅଗ୍ରଗତି ଏନଏଚଏଆଇ ତତ୍ୱବଧାନରେ ହୋଇଛି । ଆଉ ଏବେ ଏନଏଚଏଆଇର ଓଡିଶା ମୁଖ୍ୟ ଭାବେ ଯୋଗ ଦେଇଛନ୍ତି ସେ । ଯାହାକୁ ନେଇ ସେ ଅନେକ ସମୟରେ ନିଜର ଖୋଲା ମତ ମଧ୍ୟ ଉପସ୍ଥାପନ କରନ୍ତି ।

ତାଙ୍କ କହିବାନୁସାରେ, ଗତ ପାଞ୍ଚ ଛଅ ବର୍ଷ ମଧ୍ୟରେ ଓଡ଼ିଶାରେ ରାଜପଥ ନିର୍ମାଣ କ୍ଷେତ୍ରରେ ବିଶେଷ ଅଗ୍ରଗତି ହୋଇଛି। ସମ୍ପୂର୍ଣ୍ଣ ହୋଇସାରିଥିବା ବଡ଼ ପ୍ରକଳ୍ପ ମଧ୍ୟରେ ରହିଛି କୋଲ୍‌କାତା-ମୁମ୍ବାଇ କରିଡର, ପୁଇଁତଳା (ଗଞ୍ଜାମ)- ଭଦ୍ରକ, ତାଳଚେର-ଡୁବୁରି, ବୀରମିତ୍ରପୁରରୁ ରାଜାମୁଣ୍ଡା ଓ ରାଜାମୁଣ୍ଡା- ପାଣିକୋଇଲି ରାସ୍ତା ଏଗୁଡ଼ିକ ସବୁ ଛଅ ଲେନ୍‌ ବିଶିଷ୍ଟ ରାଜରାସ୍ତା କଟକ-ସମ୍ବଲପୁର, ଭଦ୍ରକ-ବାଲେଶ୍ବର ରାସ୍ତା କାମ ଚାଲିଛି। ରାୟପୁର- ବିଶାଖାପାଟଣା ମଧ୍ୟରେ ୨୪୧ କିଲୋ ମିଟର ରାସ୍ତାର କାମ କରାଯାଉଛି । ରାଜ୍ୟରେ ଗୁଡ଼ାଏ ନୂଆ ପ୍ରକଳ୍ପ ପାଇଁ ଟେଣ୍ଡର ସରିଛି, ଯେମିତିକି ୧୧୨ କିଲୋମିଟର ଦୀର୍ଘ କ୍ୟାପିଟାଲ୍ ରିଜିଅନ୍ ରିଂ ରୋଡ୍। ଏହା ଟଙ୍କାରୁ ଆରମ୍ଭ ହୋଇ କଟକ ଟାଙ୍ଗୀ ପର୍ଯ୍ୟନ୍ତ ଯିବ। ଉପକୂଳ ରାଜପଥ ବା କୋଷ୍ଟାଲ୍ ହାଇୱେର ତିନିଟି ପ୍ୟାକେଟ୍ ତଥା ଚଣ୍ଡିଖୋଲ ପାରାଦୀପ ରାସ୍ତାକୁ ଆଠ ଲେନ୍ କରିବା ପାଇଁ ଚୋର ହୋଇସାରିଛି। ଏହା ଆମ ରାଜ୍ୟର ଆଠ ଲେନ୍‌ ବିଶିଷ୍ଟ ପ୍ରଥମ ପ୍ରକଳ୍ପ ଖୋର୍ଦ୍ଧା

ଏହା ସହ ଅଭିଯୋଗ ହୁଏ ଯେ ଏନ୍ଏଚ୍ଆଇର ରାସ୍ତା ପ୍ରକଳ୍ପଗୁଡ଼ିକ ଖୁବ୍ ବିଳମ୍ବ ହେଉଛି ।କଟକ- ସମ୍ବଲପୁର ରାଜରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ୨୦୨୦ ମସିହାରେ ସମ୍ପୂର୍ଣ୍ଣ କରିବା ପାଇଁ ଧାର୍ଯ୍ୟ ହୋଇଥିଲା, କିନ୍ତୁ ତାହାଏଯାବତ୍ ଶେଷ ହୋଇନାହିଁ । ଏଭଳି ବିଳମ୍ବ ହେବା ନେଇ ତାଙ୍କର କହିବା କଥା ହେଲେ ଓଡ଼ିଶାର ଚାରିଟି ପ୍ରକଳ୍ପ ଗାୟତ୍ରୀ କନ୍‌ଷ୍ଟ୍ରକ୍‌ସନ୍‌ କମ୍ପାନିକୁ ଦିଆଯାଇଥିଲା । ସେ ମଧ୍ୟରୁ କଟକ-ସମ୍ବଲପୁର ରାସ୍ତା ପ୍ରଶସ୍ତିକରଣ କାମ ବି ଥିଲା। ଏହି କମ୍ପାନିର ଆର୍ଥିକ ଅବସ୍ଥା ଦୁର୍ବଳ ହୋଇଯିବାରୁ ରାସ୍ତା ନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ବହୁ ଆଲୋଚନା ପରେ ଏହି ପ୍ରକଳ୍ପକୁ ଜଣେ ସବ୍-କଣ୍ଟ୍ରାକ୍ଟରଙ୍କୁ ଦିଆଯାଇଛି। ଏହି ପ୍ରକଳ୍ପ ଶୀଘ୍ର ସମାପ୍ତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ହସ୍ତକ୍ଷେପ କରିଥିଲେ। ଏହି ପ୍ରକଳ୍ପର ଗୋଟିଏ ଭାଗ ଜୁନ୍‌ରେ ଏବଂ ଅବଶିଷ୍ଟ କାମ ଡିସେମ୍ବରରେ ସମ୍ପୂର୍ଣ୍ଣ ହେବା ଓ କଟକ-ସମ୍ବଲପୁର ରାସ୍ତା ପ୍ରଶସ୍ତିକରଣ ଯୋଗୁ ଅନେକ ସମୟରେ ଦୁର୍ଘଟଣା ଘଟୁଛି ଏବଂ ଲୋକଙ୍କ ଜୀବନ ଚାଲିଯାଉଛି ବୋଲି ଅଭିଯୋଗ ହେଉଛି । ନିର୍ମାଣ ସମୟରେ ଲୋକଙ୍କ ଯାତାୟାତ ପାଇଁ ବିକଳ୍ପ ସୁବିଧା କରାଯାଉଛି । ଆଗରୁ ଥିବା କଟକ-ସମ୍ବଲପୁର ରାସ୍ତା ଠିକ୍ ଅଛି । ପୁରୁଣା ରାସ୍ତାର କଡ଼ରେ ନୂଆ କାମ ଚାଲିଛି। ତେଣୁ ବେଳେ ବେଳେ ଅସୁବିଧା ହେଉଛି। ରାସ୍ତା କାମ ଚାଲିଥିବା ସମୟରେ ଯାନବାହନଗୁଡ଼ିକ ସର୍ବାଧିକ ଘଣ୍ଟା ପ୍ରତି ୩୦ କିଲୋମିଟର ବେଗରେ ଯିବା କଥା। କିନ୍ତୁ ଜଳଦି ପହଞ୍ଚିବା ପାଇଁ ଲୋକେ ଅଧିକ ବେଗରେ ଗାଡ଼ି ଚଳଉଛନ୍ତି | ତେଣୁ ଅନେକ ସମୟରେ ଦୁର୍ଘଟଣା ହେଉଛି ।

ଆହୁରି ମଧ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସେ ପ୍ରଶଂସା କରି କହିଛନ୍ତି ଯେ, ନିଜ ବିଭାଗ ହୋଇ ନ ଥିଲେ ସୁଦ୍ଧା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଏନ୍‌ଏଚ୍ଏଆଇ ସହିତ ବାରମ୍ବାର ଆଲୋଚନା ଏବଂ ସମୀକ୍ଷା ବୈଠକ କରୁଛନ୍ତି । ପ୍ରକଳ୍ପଗୁଡ଼ିକୁ ସେ ଅଧିକ ଗୁରୁତ୍ବ ଦେଉଛନ୍ତି । ରାଜ୍ୟରେ ରାଜପଥ ନିର୍ମାଣ ସଂପ୍ରସାରଣ ଦିଗରେ ସେ ବିଶେଷ ଦୃଷ୍ଟି ଦେଉଛନ୍ତି ଚଣ୍ଡିଖୋଲ-ପାରାଦୀପ ଆଠ ଲେନ୍ ରାସ୍ତା ପାଇଁ ତାଙ୍କର ଅବଦାନ ରହିଛି। କଟକ-ସମ୍ବଲପୁର ରାସ୍ତା କାର୍ଯ୍ୟ ନିରୀକ୍ଷଣ ପାଇଁ ସେ ଦୁଇ ଥର ନିଜେ ଯାଇଥିଲେ। ପ୍ରାୟ ୮୦ କିଲୋମିଟର କ୍ୟାପିଟାଲ୍ ଇଂ ରୋଡ୍ ପାଇଁ ଆଗରୁ ତିପିଆର ପ୍ରସ୍ତୁତ ହୋଇଥିଲା। ଏହାକୁ ବଢ଼ାଇ ୧୧୨ କିଲୋମିଟର କରିବା ଏବଂ ଛଅ ଲେନ୍‌ ବିଶିଷ୍ଟ ଏକ୍ସପ୍ରେସ୍ ୱେରେ ରୂପାନ୍ତରିତ କରିବା ପାଇଁ ସେ ଲାଗିଥିଲେ। ରାଜ୍ୟରେ ଚାଲିଥିବା ପ୍ରକଳ୍ପ କାର୍ଯ୍ୟଗୁଡ଼ିକୁ ବରାନ୍ବିତ କରିବାରେ ତାଙ୍କର ଭୂମିକା ରହିଛି। ଓ ଉପକୂଳ ରାଜପଥକୁ ନେଇ ବିବାଦ ଲାଗିରହିଛି। ମୂଳ ପ୍ରକଳ୍ପ ଅନୁସାରେ ଏହା ଗୋପାଳପୁରରୁ ଦୀଘା ପର୍ଯ୍ୟନ୍ତ ଯାଇଥାନ୍ତା, କିନ୍ତୁପରବର୍ତୀ ସମୟରେ ଏହାକୁ ପରିବର୍ତ୍ତନ କରାଯାଇଛି । ତେବେ ବୈଷୟିକ କମିଟିର ଲ ରିପୋର୍ଟ ଏଅନୁମତିରେ ସମସ୍ୟା ଯୋଗୁ ଏଥିରେ ପରିବର୍ତ୍ତନ କରାଯାଇଥିଲା। ଚିଲିକା ନିକଟସ୍ଥ କେତେକ ଅଞ୍ଚଳରେ ପରିବେଶ ସୁରକ୍ଷା ଜନିତ ସମସ୍ୟା ରହିଛି। ଓ ବାଲିକୁଦା ଅଞ୍ଚଳକୁ ଜାଣିଶୁଣି ଉପକୂଳ ରାଜପଥରୁ ବାଦ୍ ଦିଆଯାଇଛି ବୋଲି ଲୋକେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଲୋକଙ୍କ ଦାବିକୁ ଦୃଷ୍ଟିରେ ରଖି ଗତ ବୁଧବାର ଦିନ ମୁଖ୍ୟ ଶାସନ ସଚିବ ଏକ ଜିଲ୍ଲା ବୈଠକ ତଳାଇଥିଲେ । କିଛି ଦିନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏ ସଂକ୍ରାନ୍ତରେ ଏକ ଆଲୋଚନା କରିଥିଲେ। ରିପୋର୍ଟ ପାଇଲା ପରେ ବାଲିକୁଦାକୁ ଉପକୂଳ ରାଜପଥରେ ସାମିଲ କରିବା ପ୍ରସଙ୍ଗରେ ନିଷ୍ପତ୍ତ ନେବୁ। ଓ ନିକଟରେ ଓଡ଼ିଶା ହାଇକୋର୍ଟ ନିର୍ଦେଶ ଦେଇଛନ୍ତି ଯେ, ଭୁବନେଶ୍ବର-ପୁରୀ ରାସ୍ତାର ଚନ୍ଦନପୁରଠାରେ ସ୍କୁଲ୍ ପିଲାମାନେ ରାସ୍ତା ପାର୍ ହେବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ନା ନାହିଁ ଏନ୍ଏଚ୍ଏଆଇ ଅଧିକାରୀ ଯାଇ ନିଜେ ଦେଖନ୍ତୁ ଏବଂ ଏକ ଭିଡିଓ ସହ କୋର୍ଟରେ ଆଫିଡେଭିଟ୍ ଦାଖଲ କରନ୍ତୁ । ପିଲାଙ୍କ ପାଇଁ ଅନ୍ତର୍‌ପାସ୍‌ ନିର୍ମାଣ ସମ୍ପର୍କିତ ମାମଲାକୁ ନେଇ କୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ଆମର ଏକ ପ୍ରୋଜେକ୍ଟ ଚାଲିଛି ଆବଶ୍ୟକତା ଅନୁସାରେ ଓଭରବ୍ରିଜ୍‌ ଏବଂ ଆରପାସ୍‌ ନିର୍ମାଣ କରାଯିବ। କୋର୍ଟଙ୍କ ଅର୍ଡର ପାଇଲା ପରେ ଆମେ ପରବର୍ତ୍ତୀ ପଦକ୍ଷେପ ନେବ।

ଏହା ସହ ରାଜଧାନୀ ଭୁବନେଶ୍ଵରର ଇସ୍କନ ମନ୍ଦିର ସମ୍ମୁଖରେ ପାଣି ଜମିବା ସମସ୍ୟା ସମାଧାନ ହୋଇପାରୁନାହିଁ । ବର୍ଷାଦିନରେ ଏଠାରେ ଗାଡ଼ି ମଟର ସୁଦ୍ଧା ଭାସି ଯାଇଥାଏ ଏସ୍ଏଚ୍ଆଇର ତ୍ରୁଟି ଯୋଗୁ ଏଭଳି ସମସ୍ୟା ହେଉଛି ବୋଲି ବିଏମ୍‌ସି ପକ୍ଷରୁ ହେଉଥିବା ଅଭିଯୋଗ ବାବଦରେ ତାଙ୍କ ମତ ହେଲା ଏହି ପ୍ରସଙ୍ଗରେ ଦୋଷ ଲଦାଲଦି ଚାଲିଛି। ପ୍ରକୃତ ସମସ୍ୟା ହେଲା ଯେ ବର୍ଷା ସମୟରେ ଆଇଆରସି ଭିଲେଜ ଅଞ୍ଚଳର ସବୁତକ ପାଣି ଆସି ଇଣ୍ଟନ ମନ୍ଦିର ସମ୍ମୁଖରେ ଜମି ଯାଇଥାଏ। ଆଠ ସ୍କୋୟାର ମିଟରର ଏକ କନ୍‌ଭର୍ଟ ସେଠାରେ ରହିଛି। ସେହି ଜନ୍‌ଭର୍ଟ ପାଖରେ ଜଣେ ଲୋକ ଅନୁମତି ନେଇ ଘର କରିଛନ୍ତି। ତେଣୁ ଏନ୍‌ଏଚ୍ ଡ୍ରେନ୍‌ରୁ ସାଙ୍ଗେ ସାଙ୍ଗେ ପାଣି ଯଇପାରୁନାହିଁ। ପାଣି ନିର୍ଗତ ହେଉଥିବା ବାଟରେ ମଧ୍ୟ ଜବରଦଖଳ ହୋଇଛି। କେହି ଜଣେ କୋର୍ଟରେ କେସ୍ କରିଥିବାରୁ ସେଠାରେ ନାନ କାମ ହୋଇପାରୁନାହିଁ । କ୍ରସ୍ ଡ୍ରେନେଜ୍ କାମ ଆମେ କରିଦେବୁ । କିନ୍ତୁ ପାଣି କୁଆଡ଼େ ଯିବ ଏବଂ କେଉଁ ନାଳରେ ଯିବ ସେହି କାମ ମ୍ୟୁନିସିପାଲିଟି କରିବ। ଏଥିପାଇଁ ବିଡିଏ ଏବଂ ବିଏମ୍‌ସି ଏକ ମାଷ୍ଟର ପ୍ଲାନ୍ କରିବା ଦରକାର। ଏଥିରେ ଆମେ ସହଯୋଗ କରିବୁ ଭୁବନେଶ୍ବର ସଙ୍ଗ ବିହାର ଓ ପଳାଶୁଣିରେ ଫୁଟ୍ ଓଭରବ୍ରିଜ୍ ନଥିବାରୁ ସାଧାରଣ ଲୋକେ ସମସ୍ୟା ଭୋଗୁଛନ୍ତି । ପଳାଶୁଣିରେ ବାରମ୍ବାର ଦୁର୍ଘଟଣା ଘଟୁଥିବାର ଲକ୍ଷ୍ୟ କରାଯାଉଛି। ଖୋର୍ଦ୍ଧାରୁ ଭୁବନେଶ୍ବର ମଧ୍ୟରେ ପାଞ୍ଚଟି ସ୍ଥାନରେ ଫୁଟ୍ ଓଭରବ୍ରିଜ୍ ନିର୍ମାଣ କରାଯିବ । ତମାଣ୍ଡୋ ପାଖରେ କାମ ଆରମ୍ଭ ହୋଇଛି ଏବଂ ଡିଏନ୍ ରେଗାଲିଆ ପାଖରେ ଓଭରବ୍ରିଜ୍ ପାଇଁ ଟେଣ୍ଡର ପ୍ରକ୍ରିୟା ଚାଲିଛି। କ୍ରାଉନ୍ ହୋଟେଲ୍ ପାଖ ଏବଂ ସଙ୍ଗ ବିହାର ଓଭରବ୍ରିଜ୍‌ ପାଇଁ ଟେଣ୍ଡର ହୋଇସାରିଛି । ପଳାଶୁଣି ଓଭରବ୍ରିଜ୍‌ କାମ ପାଇଁ ଷ୍ଟାର ପାଣି ଲାଇନ୍ ସ୍ଥାନାନ୍ତରିତ ହେବ। ଏଠିକାର ଫୁଟ୍ ଓଭରବ୍ରିଜ୍‌ରେ ଦୁଇଟି ଲିଫ୍ ଲାଗିବା ବିଶ୍ୱକପ୍ ହକି ସରିବା ପରେ ଏସବୁ କାମ ଆରମ୍ଭ ହେବ ଓ

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଶାରେ ରାଜପଥ ନିର୍ମାଣରେ ପ୍ରାୟ ୧୩୦ ଲକ୍ଷ ଟନ୍ ପ୍ଲାଏ ଆଶ୍ ବ୍ୟବହାର କରାଯାଇଛି। କିଓ ସିନ୍ଥେଟିକ୍ ଏବଂ ପ୍ଲାଷ୍ଟିକ୍‌ ବର୍ଜ୍ୟବସ୍ତୁ ମଧ୍ୟ ବ୍ୟବହାର କରାଯାଉଛି। ରାଜପଥରେ ଇସ୍ପାତ କାରଖାନାରୁ ବାହାରୁଥିବା ବର୍ଜ୍ୟବସ୍ତୁ ସ୍ଲାଗ୍ ବ୍ୟବହାର ପ୍ରଥମେ ଓଡ଼ିଶାରେ ଆରମ୍ଭ ହୋଇଥିଲା। ହାତୀ କରିଡର ସହିତ ଏବେ ପରିବେଶ ସୁରକ୍ଷାକୁ ଗୁରୁତ୍ବ ଦେଇ ରାଜପଥ ନିର୍ମାଣ କରାଯାଉଛି । ଜଙ୍ଗଲର ଜୀବନରୁ ଓ ସାପଙ୍କ ପାଇଁ ରାଜରାସ୍ତାରେ ଅଣ୍ଡରପାସ୍ କଖାଯାଉଛି। ଏବର କେତେକ ପ୍ରକଳ୍ପରେ ବର୍ଷାଳକ ଅମଳ ବ୍ୟବସ୍ଥା କରାଯାଉଛି। ଗତ ବର୍ଷ ବର୍ଷା ଦିନରେ ଥରେ ବୈତରଣୀ ବ୍ରିଜ୍‌ ଉପରେ ପାଣି ଯାଉଥିଲା। ଆମେ ଗାଡ଼ି ଯାତାୟାତ ବନ୍ଦ କରିଦେଇଥିଲୁ। ଟ୍ରକ୍ ଏବଂ ଅନ୍ୟ ଗାଡ଼ିଗୁଡ଼ିକ ଅନ୍ୟ ରାସ୍ତାରେ ଯାଉଥିଲେ। କିନ୍ତୁ ସେଠାରେ କିଛି ଡ୍ରାଇଭର ଗାଡ଼ି ଅଟକାଇ ରହିଯାଇଥିଲେ। ସେମାନଙ୍କୁ କେନ୍ଦୁଝର ପଟୁ ଅନ୍ୟ ବାଟ ଅଛି ବୋଲି କହିଥିଲି। କିନ୍ତୁ ସେମାନେ କହିଲେ ଯେ କିଛି କ୍ଷତି ହେବ ନାହିଁ। ପାଣି କମିଗଲେ ଆରାମରେ ଯାଇହେବ। ଏହି କଥାଟି ତାଙ୍କୁ ଖୁବ୍ ସନ୍ତୋଷ ଦେଇଥିଲା।ରାଜପଥ ନିର୍ମାଣ ବେଳେ ଗୁଣବତ୍ତା ଓ ମାନକୁ ସବୁବେଳେ ଗୁରୁତ୍ଵ ଦିଆଯାଇଥାଏ। ଏହା ଦେଖିବା ପାଇଁ ଇଞ୍ଜିନିୟର
ତଥା ସ୍ବତନ୍ତ୍ର ଅତିଟ୍ ପାର୍ଟି ଅଛନ୍ତି। ଏକା ସାଙ୍ଗରେ ଗୁଡ଼ାଏ ପ୍ରକଳ୍ପ କାମ ଚାଲିଥିବାରୁ କାଁ ଭାଁ କୋଉଠି ଟିକିଏ ଏପଟସେପଟ ହେଉଛି।

ରାଜ୍ୟର ଠିକାଦାର ଓ ସଂସ୍ଥାମାନେ ଅଧିକ କାମ ନେଇ କରନ୍ତୁ । ଓଡ଼ିଆ ଠିକାଦାର ରାଜ୍ୟ ପାଇଁ ଭଲ । କାହିଁକିନା ବାହାରୁ ଆସୁଥିବା ଲୋଳ ପ୍ରଥମେ ନିଜେ ବ୍ୟବସ୍ଥିତ ହେବା ପାଇଁ ତିନି ମାସ ସମୟ ନେଇଯାଏ ।ଓଡ଼ିଶାରେ ୨୦୧୮ରୁ ୨୦୨୨ ମଧ୍ୟରେ ୧,୧୩୪ କିଲୋମିଟର ରାଜରାସ୍ତା ନିର୍ମିତ ହୋଇଛି । ଏଥିପାଇଁ ଏନ୍‌ଏଚ୍ଏଆର ଓଡ଼ିଶାକୁ ମୋଟ ୧୫,୧୮୧ କୋଟି ଟଙ୍କା ଦେଇଥିବା ସେ ପ୍ରକାଶ କରିଛନ୍ତି ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE

Leave a Reply

Your email address will not be published. Required fields are marked *