ଓଡିଶାରେ ୫ଜି ସେବାର ଶୁଭାରମ୍ଭ କଲେ କେନ୍ଦ୍ର ଆଇଟି ମନ୍ତ୍ରୀ
ଓଡିଶାରେ ୫ଜି ସେବାର ଶୁଭାରମ୍ଭ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଦେଶରେ ଗତବର୍ଷ ଅକ୍ଟୋବର ପହିଲାରେ ୫- ଜି ସେବା ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଥିବା ବେଳେ ଆଜି ଓଡ଼ିଶାରେ ଆରମ୍ଭ ହୋଇଛି ପଞ୍ଚମ ଜେନେରେସେନ୍ ମୋବାଇଲ୍ ନେଟୱର୍କ ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନୀ ଉତ୍ସବରେ ସାମିଲ ହୋଇଛନ୍ତି । ତେବେ ପ୍ରଥମ ପର୍ଯ୍ୟାୟରେ ଟ୍ୱିନସିଟିରେ ୫ଜି ଯୋଡି ହୋଇଛି । ପରବର୍ତ୍ତୀ ପର୍ଯ୍ୟାୟରେ ୫ଟି ସହରରେ ଏହି ସେବା ଆରମ୍ଭ ହେବ ।
୫- ଜି ନେଟୱର୍କରେ ମାତ୍ର ୫ରୁ ୬ ସେକେଣ୍ଡରେ ପୂରା ଫିଲ୍ମ ଡାଉନଲୋଡ୍ ହୋଇପାରିବ ,ଅତି ସହଜରେ ଅନଲାଇନରେ ପାଠ ପଢ଼ିପାରିବେ ପିଲା,୫-ଜି ଆସିଲେ ଅନଲାଇନ୍ କାମ ଆହୁରି ଶୀଘ୍ର ହୋଇପାରିବ,ଇଣ୍ଟରନେଟ୍ କଲରେ ଟୋନ କଟିବ ନାହିଁ