ଓପିଟିସିଏଲ୍ ଏମଡ଼ିଙ୍କୁ ସିଏମଡ଼ି ଲିଡ଼ରସିପ୍ ଆୱାଡ଼୍
ଓପିଟିସିଏଲ୍ ଅଧ୍ୟକ୍ଷ ତଥା ଏମ୍ ସଞ୍ଜୟ ମିଶ୍ରଙ୍କୁ ସମ୍ମାନଜନକ ସିଏମଡ଼ି ଲିଡ଼ରସିପ୍ ଆୱାଡ଼୍ ମିଳିଛି । ଗତକାଲି ନୁଆଦିଲ୍ଲୀରେ ଆୟୋଜିତ ପବ୍ଲିକ୍ ସେଣ୍ଟର ଅଣ୍ଡର ଟେକିଂ ସମ୍ମାନ ମହୋତ୍ସବରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର ଏହି ସମ୍ମାନ ପ୍ରଦାନ କରିଛନ୍ତି।
ଶ୍ରୀ ମିଶ୍ରଙ୍କ ତରଫରୁ ଆରଏନ୍ ପ୍ରତିହାରୀ(ନିର୍ଦ୍ଦେଶକ, ଏଚ୍ଆର୍ଡି) ଏହି ସମ୍ମାନ ଗ୍ରହଣ କରିଛନ୍ତି । ଓପିଟିସିଏଲ୍ କାର୍ଯ୍ୟାଳୟରେ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଏହି ସଫଳତା ପାଇଁ ଶ୍ରୀ ମିଶ୍ରଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି।
ଏହି ସମ୍ମାନ ଦୃଢ଼ ନେତୃତ୍ବ ସହ ବିଦ୍ୟୁତ ସରବରାହ କ୍ଷେତ୍ରରେ ନୂଆ ଜ୍ଞାନକୌଶଳର ପ୍ରୟୋଗର ଏକ ମାଇଲ୍ଖୁଣ୍ଟ ବୋଲି ସେମାନେ ଅଭିହିତ କରିଥିଲେ ।
ତେବେ ଏହା ବ୍ୟକ୍ତିଗତ ସଫଳତା ନୁହେଁ, ଏକ ଟିମ୍ୱାର୍କର ପରିଚୟ ବୋଲି ଶ୍ରୀ ମିଶ୍ର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।