କଂଗ୍ରେସକୁ ବଡ଼ ଝଟକା, ଦଳ ଛାଡିଲେ ଅନୀଲ ଆଣ୍ଟୋନୀ
କଂଗ୍ରେସକୁ ଲାଗିଛି ଆଉ ଏକ ବଡ଼ ଝଟକା। ଦଳ ଛାଡ଼ିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏ.କେ ଆଣ୍ଟୋନୀଙ୍କ ପୁଅ ତଥା କେରଳ କଂଗ୍ରେସ ଡିଜିଟାଲ ମିଡିଆ ସେଲର ମୁଖ୍ୟ ଅନୀଲ ଆଣ୍ଟୋନୀ। କଂଗ୍ରେସର ସମସ୍ତ ପଦ ଛାଡିଛନ୍ତି ଅନୀଲ ଆଣ୍ଟୋନୀ ।
ସୋସିଆଲ ମିଡିଆରେ ଟୁଇଟ୍ ଯୋଗେ ନିଜ ଇସ୍ତଫା ନେଇ ସୂଚନା ଦେଇଛନ୍ତି ଅନିଲ ଆଣ୍ଟୋନୀ । ବିବିସିର ବିବାଦୀୟ ଡକ୍ୟୁମେଣ୍ଟାରୀକୁ ବିରୋଧ କରିଥିଲେ ଅନୀଲ । ଅନିଲ ଆଣ୍ଟୋନି କହିଥିଲେ, ଭାରତୀୟ ପ୍ରତିଷ୍ଠାନ ବଦଳରେ ବ୍ରିଟିଶ ପ୍ରସାରଣକାରୀଙ୍କ ବିଚାରକୁ ଗୁରୁତ୍ୱ ଦେଲେ ଦେଶର ସାର୍ବଭୌମତ୍ବ ପ୍ରଭାବିତ ହେବ ।
ତେବେ କଂଗ୍ରେସ ପକ୍ଷରୁ ଅନୀଲଙ୍କ ଏପରି ଷ୍ଟାଣ୍ଡକୁ ବିରୋଧ କରାଯାଇଥିଲା। ଏହା ଅନୀଲଙ୍କୁ ଖୁବ ମର୍ମାହତ କରିଥିଲା । ସେଥିପାଇଁ ସେ ଇସ୍ତଫା ଲାଗି ନିଷ୍ପତ୍ତି ନେଇଥିବା ଅନିଲ କହିଛନ୍ତି ।