କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟ ଯୌନ ନିର୍ଯାତନା ମାମଲାରେ ମିଳିଲା ଆଶ୍ୱସ୍ତି।
କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟ ଯୌନ ନିର୍ଯାତନା ପରି ଅଭିଯୋଗରେ ଫସିଯାଇଥିଲେ। ମୁମ୍ୱାଇରେ ବ୍ୟାଙ୍କର ଭାବେ କାମ କରୁଥିବା ଜଣେ ଯୁବତୀ ତାଙ୍କ ନାଁରେ ଆଣିଥିଲେ ସଙ୍ଗୀନ ଅଭିଯୋଗ। ତେବେ ବର୍ତମାନ ସୌରିନ ଭଟ୍ଟଙ୍କୁ ମିଳିଲା ଆଶ୍ୱସ୍ତି। ଓଡିଶା ହାଇକୋର୍ଟରୁ ମିଳିଲା ଅନ୍ତରୀଣ ସୁରକ୍ଷା।
ନିର୍ଦ୍ଧାରିତ ତାରିଖରେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତରେ ସହଯୋଗ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୀଡ଼ିତାଙ୍କ CRPCର ଧାରା ୧୬୪ ରେ ବୟାନ ରେକର୍ଡ ଦାଖଲ ପାଇଁ ନିର୍ଦ୍ଦେଶ। ଅଗଷ୍ଟ ୨୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣୀ। ଆଗୁଆ ଜାମିନ ପାଇଁ ସୌରିନ ହାଇକୋର୍ଟରେ କରିଥିଲେ ଆବେଦନ।
ଜଣେ ପ୍ରତିଷ୍ଠିତ ଗାୟିକା କରିଦେବାର ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ସୌରିନ୍ ଠକି ଦେଇଥିଲେ। ଏପରିକି ତାଙ୍କଠାରୁ ଟଙ୍କା ନେଇ ଫେରାଉନଥିଲେ। ଟଙ୍କା ମାଗିଲେ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ଯୁବତୀ ଅଭିଯୋଗ କରିଥିଲେ।
