କାନାଡାରେ ବିମାନ ଦୁର୍ଘଟଣାଗ୍ରସ୍ତ, ୬ ଜଣଙ୍କର ମୃତ୍ୟୁ
କାନାଡାର ଉତ୍ତର-ପଶ୍ଚିମ ଅଞ୍ଚଳର ଫୋର୍ଟ ସ୍ମିଥ ନିକଟରେ ଖଣି କର୍ମଚାରୀଙ୍କୁ ନେଇ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହେବାଯୋଗୁ ୬ ଜଣ ପ୍ରାଣ ହରାଇଛନ୍ତି ।
ଦୁର୍ଘଟଣାର କାରଣ ଜଣା ପଡ଼ିନାହିଁ । ଗୋଟିଏ ଦିନ ପୂର୍ବରୁ ପଡୋଶୀ ବ୍ରିଟିଶ କଲମ୍ବିଆରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାପରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଚାରି ଜଣ ଆହତ ହୋଇଥିଲେ ।
ଏହି ବିମାନ ଏକ ଖଣି କମ୍ପାନୀ ରିଓ ଟିଣ୍ଟୋର ଡିଆଭିକ୍ ହୀରା ଖଣି ଆଡକୁ ଯାଉଥିଲା ।
ଏହା ପରେ ବିମାନଟି ଦାସ୍ ନଦୀ ନିକଟରେ ମିଳିଥିଲା । ବିମାନର ମାଲିକ କହିଛନ୍ତି ଯେ ବ୍ରିଟିଶ ଏରୋସ୍ପେସରୁ ତାଙ୍କର ଏହି ପ୍ରକାରର ଜେଟଷ୍ଟ୍ରିମ ମଡେଲ ଦୁଇଟି ଅଛି ଏବଂ ଉଭୟଙ୍କର ୧୯ ଜଣଙ୍କୁ ନେଇ ଉଡିବାର କ୍ଷମତା ଅଛି ।
Related posts:
ଝାଡ଼ଖଣ୍ଡ ନିର୍ବାଚନରେ ଜୋରଦାର୍ ଫାଇଟ୍November 11, 2024
୫୧ତମ ପ୍ରଧାନ ବିଚାରପତି ହେଲେ ଜଷ୍ଟିସ ସଞ୍ଜୀବ ଖାନ୍ନାNovember 11, 2024
ସିକନ୍ଦରାବାଦ୍-ସାଲିମାର୍ ସୁପରଫାଷ୍ଟ ଏକ୍ସପ୍ରେସ ଲାଇନ୍ଚ୍ୟୁତ୍November 9, 2024
ଜମ୍ମୁ-କଶ୍ମୀର ବିଧାନସଭାରେ ହାଇ ଭୋଲ୍ଟେଜ୍ ଡ୍ରାମାNovember 8, 2024
ଧାରା ୩୭୦କୁ ନେଇ ଜମ୍ମୁ ଓ କାଶ୍ମୀର ବିଧାନସଭାରେ ହାତାହାତିNovember 7, 2024
ପିଏମ୍ ବିଦ୍ୟାଲକ୍ଷ୍ମୀ ଯୋଜନା ଆରମ୍ଭNovember 6, 2024