ଖାଲରୁ ବର୍ତ୍ତିବା ପାଇଁ କରୁଥିଲେ ଚେଷ୍ଟା , ଅନିୟନ୍ତ୍ରଣ ହୋଇ ହେଲା ଦୁର୍ଘଟଣା
ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ ଆସୋସିଏନର ନିର୍ଦ୍ଦେଶକ ଶ୍ୟାମ ଶର୍ମା ପନ୍ତଙ୍କ ସହ ଦେଖା ହେବା ପରେ ତାଙ୍କ ଦୁର୍ଘଟଣାର କାରଣ ସ୍ପଷ୍ଟ କରିଛନ୍ତି ।
ପନ୍ତଙ୍କ ଦୁର୍ଘଟଣା ନିଦ ଲାଗିବା କାରଣରୁ ନୁହେଁ ରାସ୍ତାରେ ଥିବା ଖାଲରୁ ବର୍ତ୍ତିବା ପାଇଁ ଚେଷ୍ଟା କରୁଥିବା ବେଳେ କାରଟି ଅନିୟନ୍ତ୍ରଣ ହୋଇ ଦୁର୍ଘଟଣା ଗସ୍ତ ହୋଇଥିଲା।କାର ଦୁର୍ଘଟଣାରେ ଗୁରୁତର ଆହାତ ହୋଇଥିବା ଋଷଭ ପନ୍ତ ଡେରାଡୁନର ମାସ୍କ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି।
ପନ୍ତଙ୍କ ଚିକିତ୍ସାରେ ପାଞ୍ଚ ଜଣିଆ ବିଶେଷଜ୍ଞ ଡାକ୍ତରୀ ଦଳ ନିୟୋଜିତ ଅଛନ୍ତି । ଏହି ଡାକ୍ତରୀ ଟିମରେ ସର୍ଜନ, ଅର୍ଥୋପେଡିକ୍ ସର୍ଜନ ସମେତ ଅନେକ ବିଶେଷଜ୍ଞ ଡାକ୍ତର ସାମିଲ ଅଛନ୍ତି।
ହସ୍ପିଟାଲର ପରିଚାଳକ ସିଧା ସଳଖ ପନ୍ତଙ୍କ ପରିବାର ଏବଂ ଡିଡିସିଏଙ୍କୁ ସ୍ବାସ୍ଥ୍ୟ ସମ୍ପର୍କରେ ସୂଚନା ଦେଉଛନ୍ତି ।