ଗାଡିଚାଳକଙ୍କୁ ସୁପ୍ରିମକୋର୍ଟଙ୍କ ବଡ ଆଶ୍ଵସ୍ତି
ଗାଡିଚାଳକଙ୍କୁ ସୁପ୍ରିମକୋର୍ଟଙ୍କ ବଡ ଆଶ୍ଵସ୍ତି। ପ୍ରତି ଦ୍ଵିତୀୟ ଗାଡି କିଣିବା ଉପରେ ପରିବେଶ ଶୁଳ୍କ ଲଗାଇବା ଏବଂ ‘ଏକ ବ୍ୟକ୍ତି ଏକ କାର’ ମାନଦଣ୍ଡ ଲାଗୁ କରିବା ଦାବିରେ ଦାଖଲ ଯାଚିକାକୁ ସର୍ବୋଚ୍ଚ ନ୍ୟାୟାଳୟ ଅଗ୍ରାହ୍ୟ କରିଛନ୍ତି। କୋର୍ଟ କହିଛନ୍ତି, ନୀତିଗତ ପ୍ରସଙ୍ଗ ଉପରେ ଅଦାଲତ ହସ୍ତକ୍ଷେପ କରି ପାରିବେ ନାହିଁ।
ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି, ଆମେ ଏହି ଧରଣର ନିର୍ଦ୍ଦେଶ ଜାରି କରି ପାରିବୁ ନାହିଁ ଯେ, ଏକ ବ୍ୟକ୍ତି, ଏକ କାରକୁ ଅନୁମତି ଦିଅନ୍ତୁ, ଟ୍ୟାକ୍ସ ସୁନିଶ୍ଚିତ କରନ୍ତୁ, ଦ୍ଵିତୀୟ କାର ଉପରେ ପରିବେଶ ଶୁଳ୍କ ଲଗାଯାଉ, ବାୟୁ ପ୍ରଦୂଷଣ ପାଇଁ ଏକ ଆୟୋଗ ଗଠନ କରାଯାଉ। ଏହା ସରକାରଙ୍କ ନୀତିଗତ ନିଷ୍ପତ୍ତି।
Related posts:
ସଞ୍ଜୟ ରାୟକୁ ମିଳିଲା ଆଜୀବନ ସଜାJanuary 20, 2025
ଦୋଷୀ ସଞ୍ଜୟ ରୟକୁ ଆଜୀବନ ସଜାJanuary 20, 2025
ମହାକୁମ୍ଭରେ ଭୀଷଣ ନିଆଁJanuary 19, 2025
ଜାଣନ୍ତୁ କାହିଁକି ସୈଫ୍ଙ୍କୁ ହେଲା ଆଟାକ୍, ଖୁଲାସା କଲା ମୁମ୍ବାଇ ପୋଲିସ୍January 19, 2025
ବାନ୍ଦ୍ରା ଷ୍ଟେସନରେ ୫ ଘଣ୍ଟା କରିଥିଲା ଅଭିଯୁକ୍ତJanuary 18, 2025
ସଞ୍ଜୟ ରୟଙ୍କୁ ଦୋଷୀ ସାବ୍ୟସ୍ତ କଲେ କୋର୍ଟJanuary 18, 2025