ଘରୁ ନଗଦ ୬ କୋଟି ଟଙ୍କା ଜବତ , ଗିରଫ ହେଲେ ବିଧାୟକଙ୍କ ପୁଅ
କର୍ଣ୍ଣାଟକ ସରକାରଙ୍କ ଦୁର୍ନୀତି ନିରୋଧୀ ପ୍ରତିଷ୍ଠାନ ‘ଲୋକାୟୁକ୍ତ’ ‘ବିଜେପି’ ବିଧାୟକ ମଣ୍ଡଳ ବିରୁପାକ୍ଷପ୍ପାଙ୍କ ପୁଅଙ୍କୁ ଗିରଫ କରିଛନ୍ତି।ଘରୁ ନଗଦ ୬ କୋଟି ଟଙ୍କା ଜବତ କରିବା ପରେ ଆଜି ସକାଳେ ଗିରଫ କରିଛନ୍ତି ।
ଲୋକାୟୁକ୍ତ’ ଅଧିକାରୀମାନଙ୍କ କହିବା ଅନୁସାରେ, ପ୍ରଶାନ୍ତ ଲାଞ୍ଚ ମାଗୁଛନ୍ତି ବୋଲି ଗୁରୁବାର ସକାଳେ ଜଣେ ବ୍ୟକ୍ତି ଅଭିଯୋଗ ପଞ୍ଜିକୃତ କରାଇଥିଲେ। ସେହି ଅନୁସାରେ, ପୂର୍ବରୁ ପ୍ରସ୍ତୁତ ହୋଇଥିବା ‘ଲୋକାୟୁକ୍ତ’ ଅଧିକାରୀମାନେ ୪୦ ଲକ୍ଷ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ପ୍ରଶାନ୍ତଙ୍କୁ ଧରିଥିଲେ।
ଅଫିସ୍ରେ ୪୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ‘ବିଜେପି’ ବିଧାୟକଙ୍କ ପୁଅ ତଥା ‘ବାଙ୍ଗାଲୋର୍ ୱାଟର୍ ସପ୍ଲାଏ ଆଣ୍ଡ୍ ସ୍ବିରେଜ୍ ବୋର୍ଡ’ର (ବିଡବ୍ଲୁଏସ୍ଏସ୍ବି) ମୁଖ୍ୟ ଆକାଉଣ୍ଟସ୍ ଅଧିକାରୀ ପ୍ରଶାନ୍ତ ମଣ୍ଡଳ ଧରାପଡ଼ିଥିଲେ। ଏହା ପରେ ‘ଲୋକାୟୁକ୍ତ’ ତାଙ୍କ ବାସଭବନ ଓ ଅଫିସରେ ତଲାସ କରିଥିଲା।