ଚଳଚଞ୍ଚଳ କପିଳାସ, ଲାଗିବ ଭକ୍ତ ଙ୍କ ଭିଡ଼
ଆଉ ମାତ୍ର ଗୋଟିଏ ଦିନ ପରେ ଶିବରାତ୍ରୀ । ତେଣୁ ଚଳଚଞ୍ଚଳ କପିଳାସ ।ଭୋର ୪ଟାରେ ପ୍ରଭୁଙ୍କ ଆଳତି ପରେ ଦର୍ଶନ ଲାଗି ସାହାଣ ମେଲାହେବ ।ଜାଗର ପାଇଁ ପ୍ରଶାସନିକ ସ୍ତରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପ୍ରଭୁ ଚନ୍ଦ୍ରଶେଖରଙ୍କ ଦର୍ଶନ ପାଇଁ ୧୦ଲକ୍ଷରୁ ଅଧିକ ଲୋକ ହେବାର ଆଶଙ୍କା ।
ଭକ୍ତଙ୍କ ସମାଗମକୁ ଆକଳନ କରି ଜିଲ୍ଲା ପ୍ରଶାସନ ଓ ଏଏସଆଇ ପକ୍ଷରୁ କପିଳାସ ପୀଠର ମରାମତି, ସୌନ୍ଦର୍ଯ୍ୟକରଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଶିବରାତ୍ରିରେ ମନ୍ଦିର ବେଢ଼ାରେ ଭକ୍ତମାନେ ଦୀପଜାଳି ମହାଦୀପ ଦର୍ଶନ କରିବାକୁ ବସି ରୁହନ୍ତି ।
ସେଥିପାଇଁ ସଂପୂର୍ଣ୍ଣ ବେଢ଼ାକୁ ସଫା କରାଯାଇଛି । ୧୩ଶହ ୫୨ ପାହାଚ ରାସ୍ତା ଆଲୋକିକରଣ ହେବା ସହ ସଜା ଯାଇଛି । ପାନୀୟଜଳ, ସ୍ୱାସ୍ଥ୍ୟ ଶିବିର, ଅସ୍ଥାୟୀ ପାଇଖାନା, ଆଲୋକ ବ୍ୟବସ୍ଥା, ସ୍ନେକ ହେଲଫଲାଇନର ୨ଟି ଦଳକୁ ମଧ୍ୟ ସଜାଗ କରାଯାଇଛି ।