ଛତିଶଗଡ଼ରେ ମାଓବାଦୀଙ୍କ ବଡ଼ ହମଲା : ୩ ଯବାନ ସହିଦ
ଛତିଶଗଡ଼ର ବିଜାପୁର-ସୁକମା ସୀମାରେ ଆଜି ନକ୍ସଲମାନେ ସୁରକ୍ଷାକର୍ମୀଙ୍କ ଏକ ନବନିର୍ମିତ କ୍ୟାମ୍ପ ଉପରେ ଆକ୍ରମଣ କରିବାରୁ ୩ ଜଣ ଯବାନ ସହିଦ ହୋଇଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି। ଆହତ ଯବାନଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।
ସୂଚନା ଅନୁସାରେ ବିଜାପୁର-ସୁକମା ସୀମାନ୍ତ ଜୋନାଗୁଡ଼ା ଓ ଅଲୀଗୁଡ଼ା ନିକଟରେ ନକ୍ସଲମାନଙ୍କର ଉପସ୍ଥିତି ନେଇ ଯବାନମାନେ ଶିବିର ଲଗାଇବା ସହିତ ସ୍ଥାନୀୟ ଜଙ୍ଗଲରେ ସର୍ଚ୍ଚ ଅପରେସନ କରିଥିଲେ। ତେବେ ସେଠାରେ ବ୍ୟାପକ ଭାବେ ମାଓବାଦୀମାନେ ଥିବାରୁ ସେମାନେ ଯବାନଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଫଳରେ ଉଭୟ ପକ୍ଷରୁ ଗୁଳିବିନିମୟ ହୋଇଥିଲା।
ମାଓବାଦୀମାନଙ୍କର ସଂଖ୍ୟା ଅଧିକ ଥିବାରୁ ସେମାନେ ସୁରକ୍ଷା ବାହିନୀର ଯବାନମାନଙ୍କୁ ସଫଳତାର ସହିତ ମୁକାବିଲା କରିପାରିଥିଲେ। ଫଳରେ ସେମାନଙ୍କର ଗୁଳିରେ ୩ ଜଣ ଯବାନ ସହିଦ ହେବା ସହ ଅନ୍ୟ ୧୪ ଯବାନ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଚିକିତ୍ସା ପାଇଁ ଜଗଦଲପୁରକୁ ଏୟାରଲିଫ୍ଟ କରାଯାଇଛି।
Related posts:
ଧାରା ୩୭୦କୁ ନେଇ ଜମ୍ମୁ ଓ କାଶ୍ମୀର ବିଧାନସଭାରେ ହାତାହାତିNovember 7, 2024
ପିଏମ୍ ବିଦ୍ୟାଲକ୍ଷ୍ମୀ ଯୋଜନା ଆରମ୍ଭNovember 6, 2024
ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ହେବେ ଡୋନାଲ୍ଡ ଟ୍ରମ୍ପNovember 6, 2024
ଗୁଜରାଟରେ ଭୁଶୁଡ଼ିଲା ନିର୍ମାଣଧୀନ ବ୍ରିଜ୍, ୩ ଶ୍ରମିକଙ୍କ ମୃତ୍ୟୁNovember 5, 2024
ବଡ଼ ବୟାନ ଦେଲା ଅଭିଯୁକ୍ତ ସଞ୍ଜୟNovember 5, 2024
ନଭେମ୍ବର ୨୫ରୁ ଆରମ୍ଭ ହେବ ଶୀତକାଳୀନ ଅଧିବେଶନNovember 3, 2024