ଟ୍ୟାକ୍ସକୁ ନେଇ ବଡ ଘୋଷଣା, ମୋବାଇଲ ଫୋନ ହୋଇଯିବ ଶସ୍ତା
୨୦୨୩-୨୪ ଆର୍ଥିକ ବଜେଟରେ କେନ୍ଦ୍ର ସରକାର ବଡ ଘୋଷଣା କରିଛନ୍ତି । ବାର୍ଷିକ ଆୟ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଥାଏ ତେବେ କୌଣସି ଟ୍ୟାକ୍ସ ଦେବାକୁ ପଡିବନି । ପୂର୍ବରୁ ଏହା ୫ ଲକ୍ଷ ପର୍ଯ୍ୟନ୍ତ ଥିଲା । ଏବେ ଏଥିରେ ପରିବର୍ତ୍ତନ କରାଯାଇ ୭ ଲକ୍ଷ ଟଙ୍କା ଯାଏଁ ବୃଦ୍ଧି କରାଯିବାକୁ ଘୋଷଣା ହୋଇଛି ।ଚଳିତବର୍ଷ ବଜେଟ ଲାଗୁ ହେବା ପରେ ଦେଶରେ ମୋବାଇଲ ଫୋନ ଶସ୍ତା ହୋଇଯିବ ।
ସରକାର ମୋବାଇଲ ଫୋନରେ ବ୍ୟବହାର ହେଉଥିବା କିଛି ସାମଗ୍ରୀରେ କଷ୍ଟମ ଡ୍ୟୁଟି ଛାଡ କରିବା ପାଇଁ ଘୋଷଣା କରିଛନ୍ତି । ଏହା ଛଡା ସରକାର ମୋବାଇଲ ଫୋନକୁ ଶକ୍ତି ଯୋଗାଉଥିବା ଲିଥିୟମ ଆୟନ ବ୍ୟାଟେରୀ ଉପରେ କଷ୍ଟମ ଡ୍ୟୁଟି ଛାଡ କରିଛନ୍ତି ।
ଅର୍ଥମନ୍ତ୍ରୀ ମୋବାଇଲ ଫୋନ ଏବଂ ଟିଭିର କିଛି ସାମଗ୍ରୀ ଉପରେ କଷ୍ଟମ ଡ୍ୟୁଟି ଛାଡ କରିଛନ୍ତି । ଏହି କାରଣରୁ ଦେଶରେ ସାମଗ୍ରୀର ଉତ୍ପାଦନ ବଢିବ ।
ନିଜର ବଜେଟ ଅଭିଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି କ୍ୟାମେରା ଲେନ୍ସ ଉପରେ କଷ୍ଟମ ଡ୍ୟୁଟିକୁ ହ୍ରାସ କରି ୨.୫ ପ୍ରତିଶତ କରିଦିଆଯାଇଛି ।