ତାଳଚେରର ଟାଣୁଆ ନେତା
ବ୍ରଜ କିଶୋର ପ୍ରଧାନ । ତାଳଚେରରେ ଏହି ନାଁ ଘରେ ଘରେ ପରିଚିତ । ଓଡ଼ିଶା ରାଜନୀତିରେ ବି ଚର୍ଚ୍ଚିତ । ବ୍ରଜ କିଶୋର ପ୍ରଧାନ ତାଳଚେରର ବିଧାୟକ ଅଛନ୍ତି । ନିଜର ରାଜନୀତି ପାଇଁ ସେ ଯେତିକି ଚର୍ଚ୍ଚିତ ନୁହଁନ୍ତି ନିଜ ଅନ୍ଦାଜ ପାଇଁ ସେତିକି ଲୋକ୍ରପିୟ । । ସେଥି ପାଇଁ ତ ତିନି ତିନି ଥର ହେଲା ତାଳଚେରବାସୀ ତାଙ୍କ ଉପରେ ଅଜାଡ଼ି ଦେଇଛନ୍ତି ଅକୁଣ୍ଠ ସମର୍ଥନ ।
୨୦୦୯ ମସିହାରେ ସେ ପ୍ରଥମ ଥର ନିର୍ବାଚିତ ହୋଇଥିଲେ । ଇଏ ସେହି ସମୟ ଥିଲା ଯେତେବେଳେ ବିଜେଡି-ବିଜେପି ମେଂଟ ଭାଙ୍ଗିଥିଲା ଓ ବିଜେଡିର ଦବଦବା ଶୀଖର ଛୁଇଁବାକୁ ଯାଉଥିଲା । ହେଲେ ସେତେବେଳେ ସ୍ୱାଧୀନ ଭାବେ ଲଢ଼ି ବିଜେଡି ପ୍ରାର୍ଥୀଙ୍କୁ ପରାଜିତ କରିଥିଲେ ବ୍ରଜ ପ୍ରଧାନ । ସାରା ରାଜ୍ୟରେ ଜଣେ ସ୍ୱାଧୀନ ରାଜନେତା ଭାବେ ତାଙ୍କ ଚେହେରା ଉଭା ହେଲା । ଜଣେ ଦକ୍ଷ ସଙ୍ଗଠକ ଭାବେ ସୁକ୍ଷାତି ମିଳିଲା । ସ୍ଥିତି ଏମିତି ହେଲା ଯେ ୨୦୧୪ ମସିହା ବେଳକୁ ବିଜେଡି ତାଙ୍କୁ ନିଜ ସହ ସାମିଲ କରିଥିଲା । ସେବେଠାରୁ ସେ ବିଜେଡି ଟିକେଟରେ ନିର୍ବାଚନ ଜିତି ଆସୁଛନ୍ତି ।
ବ୍ରଜ ପ୍ରଧାନଙ୍କ ଏହି ସଫଳତା ପଛରେ ରହିଛି ତାଙ୍କ ଲୋକପ୍ରିୟତା । ପାର୍ଟି-ମାଟିର କନଫ୍ୟୁଜନ କେବେ ତାଙ୍କୁ ଛୁଇଁନି । ଦଳକୁ ଯେତିକି ସମ୍ମାନ ଦିଅନ୍ତି, ଲୋକଙ୍କ କଥା ଆସିଲେ ସେତିକି ରୋକଠୋକ ହୋଇ ଯାଆନ୍ତି । ଏମିତିକି ପ୍ରଶାସନିକ ଅଧିକାରୀଙ୍କ ସହ ମୁହାଁ-ମୁହିଁ ହେବାକୁ ବି ପଛାନ୍ତି ନାହିଁ । କିନ୍ତୁ ଏଭଳି ଏଜେଣ୍ଡା ଆକ୍ରୋଶମୂଳକ ନଥାଏ । ଲୋକଙ୍କ ହକ ପାଇଁ ସମାଜର ବୃହତ ସ୍ୱାର୍ଥ ପାଇଁ ସେ ବେଳେ ବେଳେ ଚରମପନ୍ଥୀ ବି ହୁଅନ୍ତି ।
ଅତି ସରଳ ଆଚରଣ ଓ ଜନପ୍ରିୟ କାର୍ଯ୍ୟ ପାଇଁ ଆଜି ସେ ହୋଇପାରିଛନ୍ତି ଲୋକଙ୍କ ନେତା । ଜଣେ ଜନ ପ୍ରତିନିଧି ଭାବେ ସରକାରୀ ତହବିଲରୁ ନିଜ ଅଂଚଳ ପାଇଁ ପ୍ରାୟ ୧୮ଶହ କୋଟି ଟଙ୍କାର ଯୋଜନା କରିବାରେ ତାଙ୍କର ବଡ଼ ଭୂମିକା ରହିଥିଲା । ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଗୁଳ ଓ ତାଳଚେରର ବିକାଶ ପାଇଁ ୧୮ଶହ କୋଟି ଯଙ୍କା ମଞ୍ଜୁର କରିଛନ୍ତି ।
ରାଜନୀତିର ଏହି ଟାଣୁଆ ନେତା ବାଦ ବିବାଦ ସବୁକ ସାମ୍ନା କରିଛନ୍ତି । ହେଲେ କେବେ ଥକି ନାହାଁନ୍ତି କି ଥମି ନାହାଁନ୍ତି । ଅନବରତ ଭାବେ ଲୋକଙ୍କ ସେବା କରିଚାଲିଛନ୍ତି ତାଳଚେର ବିଧାୟକ । ସେଥିପାଇଁ ତ ସେ ରାଜନୀତିରେ ଯେତିକି ସଫଳ, ଜନତାଙ୍କ ଭିତରେ ସେତିକି ଲୋକପ୍ରିୟ ।