ଥାନାରେ ହାଜର ହେଲେ ହ୍ୟୁମାନ ସାଗର ଓ ତାଙ୍କ ପତ୍ନୀ
୨୦୧୫ରେ ହୋଇଥିବା ବିବାହ ଆଉ ୨୦୨୩ରେ ଆସିଲା ଫାଟ । ଦୀର୍ଘଦିନ ଧରି ନିର୍ଯାତିତ ହେବା ପରେ ମୁହଁ ଖୋଲିଲେ କଣ୍ଠଶିଳ୍ପୀଙ୍କ ପତ୍ନୀ ।
ପତ୍ନୀ ଘରୋଇ ହିଂସା ଅଭିଯୋଗ ଆଣିବା ପରେ କାଠଗଡାରେ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ତାଙ୍କ ବିରୋଧରେ ଶାରୀରିକ ଓ ମାନସିକ ନିର୍ୟାତନାର ଅଭିଯୋଗ ଆଣିଛନ୍ତି ପତ୍ନୀ ଶ୍ରୀୟା ଗତ କିଛି ମାସ ହେବ ହ୍ୟୁମାନ ସାଗର ପତ୍ନୀଙ୍କୁ ଅବହେଳା କରିବା ସହ ଶାରୀରିକ ଓ ମାନସିକ ନିର୍ୟାତନା ଦେଉଥିବା ଅଭିଯୋଗ ହୋଇଛି ।
କଟକ ମହିଳା ଥାନାରେ ହ୍ୟୁମାନ ସାଗର ହାଜର । ହାଜର ପାଇଁ ପୋଲିସ ସମନ କରିଥିଲା । ହ୍ୟୁମାନ ସାଗରଙ୍କ ନାଁରେ ପତ୍ନୀ ଅଭିଯୋଗ ଆଣିଥିଲେ । ଘରୋଇ ହିଂସା ଓ ଦାମ୍ପତ୍ୟ କଳହ ଅଭିଯୋଗ ଆଣିଥିଲେ ।