ଦରଦୀ ମଣିଷ ଅମୀୟ କାନ୍ତ ଦାସ
ସେ ଜଣେ ସଫଳ ବ୍ୟବସାୟୀ । ହେଲେ ନିଶା ସମାଜସେବା । ଅଭାବି ମଣିଷଙ୍କ ପାଇଁ ସେ ଜଣେ ମସିହା । ନିକଟରେ ପିଣ୍ଟୁ ନନ୍ଦଙ୍କ ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଛନ୍ତି ଓଡ଼ିଶାର ଏହି ପ୍ରତିଷ୍ଠିତ ଶିଳ୍ପପତି । କେବଳ ପିଣ୍ଟୁ ନନ୍ଦ ନୂହଁନ୍ତି, ସମାଜର ଅସହାୟ ବର୍ଗରେ ଅନେକଙ୍କ ଚିକିତ୍ସା ପାଇଁ ଅମୀୟ ଦାସଙ୍କ ଅବଦାନ ଗୋଟିଏ ରିପୋର୍ଟରେ ଉପସ୍ଥାପନ କରିବା ମୁସ୍କିଲ ।
ବ୍ୟବସାୟ ଦୁନିଆରେ ବେଶ ସଫଳ ଅମୀୟ ବାବୁ । ଏ କେ ଦାସ ଆସୋସିଏଟ୍ସ ଲିମଟେଡ ଜରିଆରେ ସେ ବ୍ୟବସାୟ ଜଗତରେ ଜଣେ ପ୍ରଭାବଶାଳୀ ଓ ଲୋକପ୍ରିୟ ଚେହେରା । ଏକାଧିକ କମ୍ପାନୀ ସହ ଜଡ଼ିତ ଏହି ସଫଳ ଶିଳ୍ପପତିଙ୍କ ବ୍ୟବସାୟ । ଏ କେ ଦାସ ଟ୍ରେଡିଂ ଆଣ୍ଡ ଷ୍ଟିଭେଡରିଂ, ଜୟଶ୍ରୀ ସ୍ମାର୍ଟ ଅଟୋମେସନ ପ୍ରାଇଭେଟ ଲିମିଟେଡ, ଶୋଭା ମେଟାଲ୍ସ ଭଳି ଅଗ୍ରଣୀ ବ୍ୟବସାୟୀକ ଅନୁଷ୍ଠାନର ସଫଳ ପରିଚାଳନା ଦାୟୀତ୍ୱ ତାଙ୍କ ଉପରେ ରହିଛି । କେବଳ ଏତିକି ନୁହେଁ ହୋଟେଲ ବ୍ୟବସାୟ ସହ ବି ସମ୍ପୃକ୍ତ ଅମୀୟ କାନ୍ତ ଦାସ । ହୋଟେଲ ଶିଳ୍ପ ଜଗତରେ ବି ରହିଛି ତାଙ୍କ ପ୍ରବେଶ । କୋଟି କୋଟି ଟଙ୍କା ବ୍ୟବସାୟ କରି ସେ ତିଆରି କରିଛନ୍ତି ନିଜର ଏକ ସ୍ୱତନ୍ତ୍ର ସାମ୍ବ୍ରାଜ୍ୟ ।
ବ୍ୟବସାୟ ଦୁନିଆରେ ଏତେ ସଫଳତା ପରେ ବି ସେ କିନ୍ତୁ ପଦବୀର ଅହଂ ଓ ପ୍ରତିପତ୍ତିର ନିଶାଠାରୁ ବେଶ ଦୂରରେ ରହିଛନ୍ତି । ମଣିଷ ଭାବେ ଜଣେ ସରଳ ବ୍ୟକ୍ତିତ୍ୱ ଓ ଉଚ୍ଚ ଚିନ୍ତାଧାରାର ଅଧିକାରୀ ସେ ।
କରୋନା ବେଳେ ଯେତେବେଳେ ଲକଡାଉନ ଓ ସଟଡାଉନ ଲୋକଙ୍କ ଜୀବୀକା ଛଡ଼ାଇ ନେଲା, ସେତେବେଳେ ସେ ଯେ କେତେ ଲୋକଙ୍କ ପେଟ ପୋଷିଛନ୍ତି ତାର ହିସାବ କରିବା ବୋଧହୁଏ ସମ୍ଭବ ନୁହେଁ । ଅନେକ ସମୟରେ ରିଲିଫ ବାଣ୍ଟିବା ହେଉ ଅବା ଗୁରୁତର ରୋଗୀଙ୍କ ଚିକିତ୍ସା ।
ରକ୍ତଦାନ ଶିବିର ଜରିଆରେ ସେ ଅନେକଙ୍କ ପାଇଁ ବିପଦର ବନ୍ଧୁ ଭାବେ ଛିଡ଼ା ହୋଇଛନ୍ତି। ଅପରିଚିତ ମଣିଷ ପାଇଁ ବି ସେ ଜଣେ ଆପଣାର ଠିକଣା । ଓଡ଼ିଶା ରାଜନୀତିର ମୁକୁଟ ବିହୀନ ସମ୍ବ୍ରାଟ ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କର ଜଣେ ସଚ୍ଚୋଟ ବନ୍ଧୁ ଓ ସଚ୍ଚା ସମର୍ଥକ ।
ଆଉ ଆଜି ସମାଜସେବା ଜରିଆରେ ସେ ବ୍ୟବସାୟ ଦୁନିଆ ବାହାରେ ବି ନିଜ ପାଇଁ ତିଆରି କରିଛନ୍ତି ଏକ ସ୍ୱତନ୍ତ୍ର ପରିଚୟ ।