ରାଜ୍ୟ

ଦେଶର ଖଣି ରାଜଧାନୀ ହେଉଛି ଓଡ଼ିଶା

0
(0)

ଦେଶର ଭୌଗୋଳିକ ମାନଚିତ୍ରକୁ ଭଲ ଭାବେ ଅଧ୍ୟୟନ କଲେ ସ୍ପଷ୍ଟ ଭାବେ ଭାରତର ଖଣିଜ ସମ୍ପଦର ବିସ୍ତୃତ ମାନଚିତ୍ର ଦେଖାଯାଉଛି। ଏପରିକି ଖଣିଜ ସମ୍ପଦର କଥା ପଡ଼ିଲେ ଓଡ଼ିଶାର କଥା ଆଗ ଉଠିଥାଏ।

କାରଣ ଓଡ଼ିଶା ଦେଶର ଖଣି ରାଜଧାନୀ ବୋଲି ବେଙ୍ଗଲ ଚ୍ୟାମ୍ବର ଅଫ୍‌ କର୍ମସ ଆଣ୍ଡ ଇଣ୍ଡଷ୍ଟ୍ରି(ବିସିସିଆଇ)ର ଦିନିକିଆ ମିନେରାଲ, ମାଇନିଂ ଆଣ୍ଡ ମେଟାଲସ କନ୍‌କ୍ଲେଭରେ ମୁଖ୍ୟବକ୍ତା ଭାବେ ଯୋଗଦେଇ କେନ୍ଦ୍ର ସରକାରଙ୍କ ବରିଷ୍ଠ ପ୍ରଶାସକ ତଥା ଖଣି ମନ୍ତ୍ରଣାଳୟର ସଚିବ ବିବେକ ଭରଦ୍ୱାଜ ମତପ୍ରକାଶ କରିଛନ୍ତି।

ସେହିଭଳି ସାରା ଦେଶରେ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ୨୦୨୨ରେ ଶତପ୍ରତିଶତ କ୍ରୋମାଇଟ ଉତ୍ପାଦନ କରିଥିବା ବେଳେ ବକ୍ସସାଇଟ ୭୫%, ଆଇରନ ଓର୍‌ ୫୦% ଏବଂ କୋଇଲା ୨୫% ଉତ୍ପାଦନ କରିଛି। ଏପରିକି ୨୦୧୪-୧୫ରେ କେନ୍ଦ୍ର ସରକାର ଖଣିଜ ସମ୍ପଦର ସୁବିନିଯୋଗ ସହ ଏଥିରେ ସ୍ବଚ୍ଛତା ଅବଲମ୍ବନ ପାଇଁ ଖଣିଜ ସାମଗ୍ରୀ ଉତ୍ତୋଳନଠାରୁ ନିଲାମୀ ପର୍ଯ୍ୟନ୍ତ ସବୁ ସ୍ତରରେ ନୂତନ ବ୍ୟବସ୍ଥା ଓ ନୀତିରେ ଯଥେଷ୍ଟ ପରିବର୍ତ୍ତନ କରିଛନ୍ତି।

ଫଳରେ ସରକାର ୫୦୦୦ କୋଟି ଟଙ୍କାର ରାଜସ୍ବ ବଦଳରେ ବର୍ତ୍ତମାନ ୫୦,୦୦୦ କୋଟି ଟଙ୍କାର ରାଜସ୍ବ ଖଣି କ୍ଷେତ୍ରରୁ ସଂଗ୍ରହ କରୁଛନ୍ତି। ବିଶେଷକରି ସ୍ଥାନୀୟ ସରକାର ସିଂହଭାଗ ରାଜସ୍ବ ପାଉଛନ୍ତି। ଉକ୍ତ ରାଜସ୍ବ ସମ୍ପୃକ୍ତ ରାଜ୍ୟର ଶିକ୍ଷା, ସ୍ବାସ୍ଥା,ପରିବେଶ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବିନିଯୋଗ ହେଉଛି ବୋଲି ଭରଦ୍ୱାଜ ମତପ୍ରକାଶ କରିଥିଲେ। ସେହିପରି ଉକ୍ତ କର୍ମଶାଳାରେ ରାଜ୍ୟ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଭର୍ଚୁଆଲରେ ଯୋଗଦେଇ ରାଜ୍ୟ ସରକାରଙ୍କ ଖଣି ବିଭାଗର ଆଭିମୁଖ୍ୟ ଓ ସରକାରଙ୍କ ବିଭିନ୍ନ ପଦକ୍ଷେପ ସାଙ୍ଗକୁ ବିଗତ ଦିନର ସଫଳତା ଓ ଖଣିଜ ସାମଗ୍ରୀର ଉତ୍ପାଦନ ଏବଂ ଉତ୍ପାଦିତ ସାମଗ୍ରୀରୁ ସଂଗ୍ରହ ରାଜସ୍ବ ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ।

ଅପରପକ୍ଷରେ ବିସିସିଆଇର ଅଧ୍ୟକ୍ଷ ତୁହିନୀ କୁମାର ମୁଖାର୍ଜୀ ସ୍ବାଗତ ଅଭିଭାଷଣ ପ୍ରଦାନ ସହ କର୍ମଶାଳାର ଆଭିମୁଖ୍ୟ ଓ ବର୍ତ୍ତମାନର ଖଣି ନିଲାମୀ ଓ ଖଣିଜ ସମ୍ପଦ ବିଷୟରେ ବିସ୍ତୃତ ଆଲୋକପାତ କରିଥିଲେ। ସେହିଭଳି ଟାଟା ଷ୍ଟିଲ୍‌ ମାଇନିଂର ଏମ୍‌ଡି ପଙ୍କଜ ସତିଜା ପୂର୍ବର ଖଣି ଓ ଖଣିଜ ସମ୍ପଦର ବ୍ୟବସ୍ଥା ଏବଂ ବର୍ତ୍ତମାନର ବ୍ୟବସ୍ଥା ଏବଂ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଧି ବ୍ୟବସ୍ଥା ଓ ସହଯୋଗ ସମ୍ପର୍କରେ ମତପ୍ରକାଶ କରିଥିଲେ।

ସେହିପରି ନାଲ୍‌କୋର ସିଏମ୍‌ଡି ଶ୍ରୀଧର ପାତ୍ର କେନ୍ଦ୍ର ସରକାରଙ୍କ ଖଣି ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ଖଣି ବିଭାଗର ନୀତି ଓ ସୁବଧା ସହ ନାଲ୍‌କୋର କାର୍ଯ୍ୟକାରିତା ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ। ଉଲ୍ଲେଖଯୋଗ୍ୟ, ଏହି ଦିନିକିଆ ମିନେରାଲ, ମାଇନିଂ ଆଣ୍ଡ ମେଟାଲସ କନ୍‌କ୍ଲେଭରେ ଟାଟା ଷ୍ଟିଲ୍‌, ନାଲ୍‌କୋ, ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌, ଆଦିତ୍ୟ ବିର୍ଲା, ସେଲ୍‌ ଏବଂ ଏସ୍‌ଏନ୍‌ଏମ୍‌ ଗ୍ରୁପ୍‌ ଭଳି ୧୦ରୁ ଅଧିକ ଘରୋଇ ସଂସ୍ଥା ଉକ୍ତ କର୍ମଶାଳାରେ ଯୋଗଦେଇ ନିଜ ନିଜର ମତ ଉପସ୍ଥାପନ କରିଥିଲେ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE

Leave a Reply

Your email address will not be published. Required fields are marked *