ଦ’ ମ୍ୟାନ ଅଫ୍ ମେରାଇନ ଏକ୍ସପୋର୍ଟ
ଦ’ ମ୍ୟାନ ଅଫ୍ ମେରାଇନ ଏକ୍ସପୋର୍ଟଆପଣ ଆକାଶରେ ତାରା ଦେଖିଥିବେ । ହେଲେ ସମୁଦ୍ରରେ ବି ତାରା ଚମକିପାରେ ଏକଥା ଭାବି ନଥିବେ ।
ତାରା ରଞ୍ଜନ ପଟ୍ଟନାୟକ, ଫାଲକନ ଗ୍ରୁପର ପ୍ରତିଷ୍ଠାତା
ଫାଲକନ ମେରାଇନ ଏକ୍ସପୋର୍ଟ । କେବଳ ଓଡ଼ିଶା ନୂହେଁ ସାରା ବିଶ୍ୱରେ ସାମୁଦ୍ରିକ ଖାଦ୍ୟ ଦ୍ରବ୍ୟ ବ୍ୟବସାୟର ସବୁଠୁ ଭରସା ଯୋଗ୍ୟ ବ୍ରାଣ୍ଡ । ଓଡ଼ିଶା, ପଶ୍ଚିମବଙ୍ଗ ସହ ବିଭିନ୍ନ ସ୍ଥାନରୁ ଚାଲିଛି ବ୍ୟବସାୟ । ଆଉ ସାତ ଦରିଆକୁ ଡେଇଁ ବିଶ୍ୱର କୋଣ ଅନୁକୋଣ ସହ ଜଡ଼ିତ ଫାଲକନ ଗ୍ରୁପର ବ୍ୟବସାୟ ।
ଆଜି ଫାଲକନ ଗ୍ରୁପର ବାର୍ଷିକ ଟର୍ଣ୍ଣଓଭର ୨ହଜାର ୮୦୦କୋଟି ଟଙ୍କାରୁ ଅଧିକ । ଭାରତର ସବୁଠୁ ବଡ଼ ମେରାଇନ ଏକ୍ସପୋର୍ଟ କମ୍ପାନୀ ହେଉଛି ଫାଲକନ । ହେଲେ ଆଜି ବି ଅଟକିନି ତାରା ପଟ୍ଟନାୟକଙ୍କ ସ୍ୱପ୍ନ ଓ ସମ୍ଭାବନା । ଫାଲକନକୁ ୧ ବିଲିୟନର କମ୍ପାନୀ କରିବାକୁ ରହିଛି ତାଙ୍କ ଲକ୍ଷ ।
ହେଲେ ଏତେ ସହଜ ନଥିଲା ନିଜର ଶିଳ୍ପ ସାମ୍ବ୍ରାଜ୍ୟ ଗଢ଼ିବାର ରାସ୍ତା । ଟ୍ରଲର ବ୍ୟବସାୟରୁ ସମୁଦ୍ରକୁ ନିଜ ଅକ୍ତିଆରକୁ ଆଣିବାର ଏହି ଯାତ୍ରା ଭିତରେ ରହିଛି ସଙ୍ଘର୍ଷ ଓ ସଫଳତାର ଏକ ଲମ୍ବା କାହାଣୀ । ଗ୍ରାଜୁଏସନ ପରେ ଆଇନ ପାଠ୍ୟକ୍ରମର ଅଧ୍ୟୟନ କରିଥିଲେ ତାରା । ହେଲେ ବୋଧହୁଏ ଭାଗ୍ୟରେ ଆଉ କିଛି ଲେଖାଥିଲା । ୧୯୮୦ରେ ୨ଲକ୍ଷ ଟଙ୍କା ଲୋନ କରି ଟ୍ରଲର ଟିଏ କଣିଲେ । ସେତେବେଳେ ଓଡ଼ିଶାରେ କେହି ଜାଣି ନଥିବା ସମୁଦ୍ର ଶିଳ୍ପରେ ମନୋନିବେଶ କଲେ । ଆରମ୍ଭରୁ କିନ୍ତୁ କ୍ଷତି ସହିଲେ । ହେଲେ ହାର ମାନିନଥିଲେ ।
ମତ୍ସ୍ୟଜୀବୀଙ୍କଠୁ ଚିଙ୍ଗୁଡ଼ି କିଣି ସପ୍ଳାଏ କରିବାର ଏକ ଛୋଟ ପ୍ରୟାସ ଆରମ୍ଭ କଲେ । ସେବେଠୁ ସେ ଆଉ କେବେ ପଛକୁ ଫେରି ଚାହିଁ ନାହାଁନ୍ତି । ୧୯୮୫ ମସିହାରେ ପ୍ରତିଷ୍ଠା ହେଲା ଫାଲକନ ମେରାଇନ ଏକ୍ସପୋର୍ଟ ପ୍ରାଇଭେଟ ଲିମିଟେଡ । ଆଜି ବିଶ୍ୱର କୋଣ ଅନୁକୋଣରେ ରହିଛି ଫାଲକନର ବ୍ୟବସାୟ । ଆଉ ସାଗରର ସିିତାରା ସାଜିଛନ୍ତି ତାରା । ବିଶ୍ୱରେ ଆଜି ସେ ଜଣେ ବ୍ରାଣ୍ଡ । ଛୋଟ ସହରରୁ ବିଶ୍ୱର ସାମୁଦ୍ରିକ ପଥକୁ ଦଖଲ କରିପାରିଛନ୍ତି ସେ । ବର୍ଷ ୨୦୨୨ରେ ଇଣ୍ଡିଆ ଟୁଡେ ଗ୍ରୁପର ଛୋଟ ସହରର ସଫଳ ଶିଳ୍ପପତି ତାଲିକାରେ ସାମିଲ ହେବାରେ ତାରା ପଟ୍ଟନାୟକ ପୂର୍ବ ଭାରତର ଜଣେ ମାତ୍ର ଚେହେରା ।
ଏହାରି ଭିତରେ ଫାଲକନ ଗ୍ରୁପ ମେରାଇନ ବିଜନେସ ସହ ରିଅଲ ଇଷ୍ଟେଟ ଓ ଷ୍ଟିଲ ବ୍ୟବସାୟରେ ବି ପାଦ ଥାପିଛି । ସଫଳତା ବି ପାଇଛି । ୫୦୦୦ରୁ ଅଧିକ କର୍ମଚାରୀଙ୍କୁ ଆଜି ନିଯୁକ୍ତି ଦେଇଛି ତାରା ପଟ୍ଟନାୟକଙ୍କ ଏହି ସଂସ୍ଥା । କେବଳ ଏତକି ନୂହେଁ ସମାଜିକ ଦାୟୀତ୍ୱବୋଧକୁ ଦୃଷ୍ଟିରେ ରଖି ଗ୍ରାମାଞ୍ଚଳରେ ହଜାର ଜଜାର ଚାଷୀଙ୍କ ଅଭାବ ଅନଟନ ବେଳେ ଫାଲକନ ଗ୍ରୁପ ବଢ଼ାଇଛି ସହାୟତାର ହାତ । ନିଜର ଅସୁସ୍ଥତା ବେଳେ ବି ଦାୟୀତ୍ୱ ବୋଧ ଭୂଲି ନାହାଁନ୍ତି ଏହି ବିଜନେସ ଟାଇକୁନ ।
କରୋନା ବେଳେ ୧କୋଟି ଟଙ୍କାର ସହାୟତାର ହାତ ବଢ଼ାଇ ସେ ସୃଷ୍ଟି କରିଛନ୍ତି ମାନବିକତାର ନୂଆ ଉଦାହରଣ । ଆଜି ବି ତାରା ଚମକୁଛନ୍ତି । ପରିଶ୍ରମ ବଳରେ ନିଜର ବ୍ରାଣ୍ଡ ତିଆରି କରିବା ସହ ଫାଲକନ କ୍ରୁପର ବିଶ୍ୱସନୀୟତାକୁ ଶିଖରକୁ ନେଇଛନ୍ତି ।