ରାଜ୍ୟ

ଧରଣୀଧର ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା

0
(0)

କେନ୍ଦୁଝର ଧରଣୀଧର ସ୍ବୟଂଶାସିତ ମହାବିଦ୍ୟାଳୟକୁ ମିଳିଲା ବିଶ୍ବବିଦ୍ୟାଳୟ ମାନ୍ୟତା । ଭିଡିଓ ଜାରି କରି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାରିପଦା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ଡିଡି କଲେଜ୍ ଏବେ ସ୍ବତନ୍ତ୍ର ଭାବେ ବିଶ୍ବବିଦ୍ୟାଳୟ ହୋଇଛି ।

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି ହୋଇଛି । ଡିଡି କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ମିଳିବା ପରେ ଉପକୃତ ହେବେ ଜିଲ୍ଲାର ଛାତ୍ରଛାତ୍ରୀ । ଏନେଇ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ ଓ 5T ସଚିବଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜିଲ୍ଲାବାସୀ ।

୨୦୧୬ ମସିହାରେ ଧରଣୀଧର ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ । ସେଦିନର ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ସତ ହେବାକୁ ଯାଉଥିବାରୁ ଉତ୍ସାହିତ ଅଛନ୍ତି ଜିଲ୍ଲାବାସୀ । ୨୫ଟି ବ୍ଳକ୍ ଓ ୧୮ଟି କୋଠା ନିର୍ମାଣ କରାଯିବା ସହିତ କଲେଜ ପାଇଁ ଅଲଗା ଓ ହସ୍ପିଟାଲ୍ ପାଇଁ ୩ଟି ବ୍ଲକ୍ ନିର୍ମାଣ କରାଯାଇଛି ।

ସମସ୍ତ ବିଭାଗ କାର୍ଯ୍ୟକ୍ଷମ ହେବା ସହିତ, ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାର ଜନସାଧାରଣଙ୍କୁ ଏବେ ମିଳିପାରିବ ଉନ୍ନତମାନର ସ୍ବାସ୍ଥ୍ୟସେବା । ସେହିପରି ୪ ହଜାର ୭ ଶହ କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଶୁଭ ଉଦଘାଟନ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ।ସୂଚନାଯୋଗ୍ୟ, ୧୯୫୭ରେ କଲେଜ ପ୍ରତିଷ୍ଠା ହୋଇଥିଲା । ନାକ୍ ଟିମ୍ ପକ୍ଷରୁ B++ ଗ୍ରେଡ୍ ପାଇଥିଲା କଲେଜ ।

ସେହିପରି ଆସନ୍ତାକାଲି କେନ୍ଦୁଝରରେ ଯୋଡ଼ି ହେବ ସ୍ବାସ୍ଥ୍ୟସେବାର ନୂଆ ଅଧ୍ୟାୟ । କେନ୍ଦୁଝର ଗସ୍ତ କରି ଧରଣୀଧର ସରକାରୀ ମେଡିକାଲ୍ କଲେଜ ଓ ହସ୍ପିଟାଲର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ୩୮୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ମେଡ଼ିକାଲ୍ କଲେଜରେ ପ୍ରଥମ ବର୍ଷ ୧୦୦ଟି MBBS ସିଟରେ ପାଠପଢ଼ା ଆରମ୍ଭ ହୋଇଛି ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE

Leave a Reply