Uncategorized

ନବମ, ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଳିବ ୟୁନିଫର୍ମ

0
(0)

୨୦୨୩-୨୪ ବଜେଟରେ ରାଜ୍ୟ ସରକାର ଶିକ୍ଷାକ୍ଷେତ୍ର ପାଇଁ ୩୦ ହଜାର ୩୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ସେଥିରେ ଗଣଶିକ୍ଷା ବିଭାଗ ପାଇଁ ୨୨ ହଜାର ୫୨୮ କୋଟି ଟଙ୍କା ରହିଛି । ସେହିପରି ଉଚ୍ଚଶିକ୍ଷା ବିଭାଗ ପାଇଁ ୩ ହଜାର ୧୭୩ କୋଟି ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ପାଇଁ ୯୮୬ କୋଟି ଟଙ୍କା ଦିଆଯାଇଛି ।

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ନାମରେ ଆରମ୍ଭ ହେବାକୁ ଥିବା ନୂଆ ଯୋଜନା ପାଇଁ ୧୩୯ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ରାଜ୍ୟ ସରକାର ବଜେଟରେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବଡ ବ୍ୟବସ୍ଥା କରିଛନ୍ତି । ଆସନ୍ତା ଶିକ୍ଷାବର୍ଷରୁ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମିଳିବ ୟୁନିଫର୍ମ ଓ ଆନୁସଙ୍ଗିକ ସାମଗ୍ରୀ । ଏଥିପାଇଁ ସହାୟତା ରାଶି ୬ଶହ ଟଙ୍କା ମିଳୁଥିଲା ବେଳେ ଏବେ ଏକ ହଜାର ଟଙ୍କା ମିଳିବ ।

ଏଥିସହ ସାଇକେଲ ପାଇଁ ପିଲାଙ୍କୁ ୩୫୦୦ ଟଙ୍କା ମିଳିବ । ପୂର୍ବରୁ ସାଇକେଲ ବାବଦକୁ ୨୬୦୦ ଟଙ୍କା ମିଳୁଥିଲା ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE

Leave a Reply