ଶିକ୍ଷା

ନବୀନ‌ କାହାର ?

0
(0)

ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ନବୀନ ସମଦୂରତ୍ୱ ଫର୍ମୁଲା ସହ ଆଗକୁ ବଢିଛନ୍ତି । ନବୀନଙ୍କ ଏଭଳି ନିଷ୍ପତ୍ତି ବିଜେଡି ପାଇଁ ସବୁଠୁ ବଡ ଅସ୍ତ୍ର ସାଜିଛି । ଦଳ ଏବେ ପର୍ଯ୍ୟନ୍ତ ଅପରାଜେୟର ଟ୍ରାକ୍ ରେକର୍ଡ ସହ ଅନ୍ୟ ରାଜନୈତିକ ଦଳ ପାଇଁ ଉଦାହରଣ ପାଲଟିଛି । ଏବେ ବି ନବୀନଙ୍କ ରାଜନୈତିକ ଗୋଟିଚାଳନା ଆଗରେ ଜାତୀୟ ରାଜନୈତିକ ଦଳର ଷ୍ଟ୍ରାଟେଜିଷ୍ଟ ମଧ୍ୟ ମଥାନତ ହୁଅନ୍ତି । ଆଞ୍ଚଳିକ ଦଳ ଭାବେ ରାଜ୍ୟର ସ୍ୱାର୍ଥକୁ ନେଇ ସମର୍ଥନ ଓ ବିରୋଧର ଅଙ୍କ କଷନ୍ତି ବିଜେଡି ସୁପ୍ରିମୋ । ନବୀନଙ୍କ ରଣନୀତିକୁ ବୁଝିବା କାହା ପକ୍ଷରେ ସମ୍ଭବ ନୁହେଁ । ବେଶ କମ କଥା କହୁଥିବା ନବୀନଙ୍କ ରଣନୀତି ସମସ୍ତଙ୍କୁ ନିସ୍ତବ୍ଧ କରିଦିଏ । ଯେଉଁଥିପାଇଁ ଜାତୀୟ ରାଜନୀତିରେ ନବୀନଙ୍କର ପ୍ରୟୋଜନ ସଭିଙ୍କୁ ଲୋଡା ପଡିଥାଏ । ସାମ୍ପ୍ରତିକ ରାଜନୈତିକ ସ୍ଥିତିରେ ମଧ୍ୟ ଏବେ ଦିଲ୍ଲୀରେ ନବୀନଙ୍କର ଡିମାଣ୍ଡ କାହିଁରେ କଣ ? ବିଜେପି ନେତୃତ୍ୱାଧୀନ ଏନଡିଏ ଓ ୨୬ ଦଳକୁ ନେଇ ଗଠିତ ବିରୋଧୀ ମେଣ୍ଟ ଇଣ୍ଡିଆ, ଉଭୟଙ୍କ ନଜର ରହିଛି ନବୀନଙ୍କ ଗ୍ରୀନ୍ ସିଗନାଲକୁ । ନିର୍ବାଚନକୁ ଆଉ ଅଳ୍ପ ମାସ କେଇଟା ବାକି ଅଛି କିନ୍ତୁ ଏବେ ବି ନବୀନ ନିଜର କାର୍ଡ ଖୋଲିନାହାନ୍ତି ।

ଏମିତିରେ ଗତ କେତୋଟି ନିର୍ବାଚନରେ ବିଜେଡି ସୁପ୍ରିମୋ ଭାବେ ନବୀନ ଏକା ଲଢିବାକୁ ପସନ୍ଦ କରିଛନ୍ତି । ଆଉ ଏଥିରେ ସଫଳ ମଧ୍ୟ ହୋଇଛନ୍ତି । ଓଡ଼ିଶାବାସୀଙ୍କ ଭଲପାଇବା ଓ ଆଶୀର୍ବାଦ ବଳରେ ଲଗାତାର ଷଷ୍ଠ ଥର ଶାସନ କ୍ଷମତାରେ ଆସିବାକୁ ଅଣ୍ଟା ଭିଡ଼ିଛି ବିଜେଡି । ଅନ୍ୟପଟେ ନିଜକୁ ଶକ୍ତିଶାଳୀ ଦେଖାଇବାକୁ ଜାତୀୟ ରାଜନୀତିରେ ଏବେ ଏନଡିଏ ଓ ଇଣ୍ଡିଆ ମେଣ୍ଟ ମଧ୍ୟରେ ଆରମ୍ଭ ହୋଇଛି ଘମାଘୋଟ ଲଢେଇ । ବିଜେପି ନେତୃତ୍ୱାଧୀନ ଏନଡିଏ ନିଜ ସହଯୋଗୀଙ୍କ ଜରିଆରେ ପୁଣିଥରେ ତୃତୀୟ ଥର ଶାସନ କ୍ଷମତା ଦଖଲ କରିବା ଲକ୍ଷ୍ୟରେ ରହିଥିବା ବେଳେ ବିରୋଧୀ ଦଳ ମେଣ୍ଟ ଇଣ୍ଡିଆ ମଧ୍ୟ ବିଜେପିକୁ ଶାସନ କ୍ଷମତାରୁ ଦୂରେଇ ରଖିବାକୁ ଯଥାସାଧ୍ୟ ଉଦ୍ୟମ ଆରମ୍ଭ କରିଛି । ଆଉ ଏଥିପାଇଁ ଉଭୟ ଏନଡିଏ ଓ ଇଣ୍ଡିଆ ପାଇଁ ବଡ ଆବଶ୍ୟକତା ପାଲଟିଛନ୍ତି ନବୀନ ପଟ୍ଟନାୟକ ।

ଇଣ୍ଡିଆ ମେଣ୍ଟରେ ଥିବା ବିଭିନ୍ନ ଦଳର ଶୀର୍ଷ ନେତୃତ୍ୱ ନବୀନଙ୍କୁ ଭେଟିଥିଲେ ମଧ୍ୟ ଏହାର କୌଣସି ସୁଫଳ ଏଯାବତ ମିଳିନି । ସେହିଭଳି ମେଣ୍ଟ ପାଇଁ କାହା ସହ ଆଲୋଚନା ହୋଇନଥିବା କହି ଏନଡିଏ ଠାରୁ ଦୂରତା ବଜାୟ ରଖିଛନ୍ତି ନବୀନ । ଯାହା ଜାତୀୟ ରାଜନୀତିରେ ନବୀନଙ୍କ ଡିମାଣ୍ଡକୁ ଆହୁରି ବଢାଇ ଦେଇଛି । ଗୋଟିଏ ପଟେ କେନ୍ଦ୍ର ଅବହେଳା କରୁଥିବା କହି ବିଜେପି ସରକାରକୁ ନବୀନ ଟାର୍ଗେଟ କରୁଛନ୍ତି । ଅନ୍ୟପଟେ ବାରଭାଇ ଆଖଡା ଭଳି ଇଣ୍ଡିଆ ମେଣ୍ଟରେ ଯୋଗ ଦେଇ ନିଜର ଗୁରୁତ୍ୱ ହରାଇବାକୁ ନବୀନ ଚାହୁଁନଥିବା ଶୁଣିବାକୁ ମିଳୁଛି । ତେଣୁ ଊପଯୁକ୍ତ ସମୟକୁ ନବୀନ ଅପେକ୍ଷା କରିଥିବା କୁହାଯାଉଛି । ନିର୍ବାଚନ ପରବର୍ତ୍ତୀ ସ୍ଥିତିରେ ଯଦି କାହାକୁ ମ୍ୟାଜିକ ନମ୍ବର ନ ମିଳେ ସେତେବେଳେ ନବୀନ ନିଜର କେବଳ କାର୍ଡ ଖେଳିବେନି ବରଂ ରାଜ୍ୟର ହିତ ପାଇଁ ବଡ ଧରଣର ବାର୍ଗେନିଂ ମଧ୍ୟ କରିପାରିବେ । ଯେଉଁଥିପାଇଁ ଏବେ ଚୁପ୍ ରହିବାକୁ ଉଚିତ୍ ମଣିଛନ୍ତି ନବୀନ ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE

Leave a Reply

Your email address will not be published. Required fields are marked *