ନବ ବଧୁଙ୍କୁ ତଣ୍ଟି ଚିପି ହତ୍ୟା ଅଭିଯୋଗ, ମଞ୍ଚେଶ୍ୱର ଥାନାରେ ଅଭିଯୋଗ କଲେ ମୃତକଙ୍କ ପରିବାର
ଭୁବନେଶ୍ୱର ଜରିପାଟଣା ଗ୍ରାମରେ ନବ ବଧୁଙ୍କୁ ତଣ୍ଟି ଚିପି ହତ୍ୟା ଅଭିଯୋଗ। ଶଶୁର ଘର ଲୋକେ ମିଶି ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର।
ମୃତକ ହେଉଛନ୍ତି ଜଗତସିଂପୁର ଜିଲ୍ଲା ଡିଆସାହିର ଲକ୍ଷ୍ମୀପ୍ରିୟା ମହାନ୍ତି। ସେ ଜଲିପାଟଣାର ପ୍ରଭାତ ପରିଡ଼ାଙ୍କୁ ଗତ ୨୬ ମାସ ତଳେ ବିବାହ କରିଥିଲେ।
ଗତକାଲି ରାତିରେ କୌଣସି ଏକ କାରଣକୁ ନେଇ ଏହି କାଣ୍ଡ ଘିଟିଛି ତାହା ଜଣା ପଡ଼ିନଥିବା ବେଳେ, ମଞ୍ଚେଶ୍ୱର ଥାନା ପୁଲିସର ଦ୍ୱାରସ୍ତ ହୋଇଛନ୍ତି ପରିବାର।