ନାଲକୋର ଦକ୍ଷ ନେତୃତ୍ୱ
ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ ଗତ ବର୍ଷ ଶେଷ ଭାଗରେ ୨୭୪ କୋଟି ଟଙ୍କାର ଲାଭ ପାଇଛି । ପୂର୍ବ କ୍ୱାଟର ତୁଳନାରେ ଏହି ଅଭିବୃଦ୍ଧି ପ୍ରାୟ ୬୧% ଅଧିକ । ପରିଚାଳନାଗତ ଦକ୍ଷତା ଓ ଟିମ ୱାର୍କ ଜରିଆରେ ଆଜି ନାଲକୋ ସାରା ବିଶ୍ୱରେ ତିଆରି କରିଛି ନିଜର ଏକ ସ୍ୱତନ୍ତ୍ର ପରିଚୟ । ଆଉ ଏହା ପଛରେ ରହିଛି ଜଣେ ଓଡ଼ିଆ ପୁଅଙ୍କ ବଳିଷ୍ଠ ନେତୃତ୍ୱ ଓ ଅବଦାନ ।
ଶ୍ରୀଧର ପାତ୍ର । ନାଲକୋ ଚେୟାମ୍ୟାନ ତଥା ପରିଚାଳନା ନିର୍ଦ୍ଦେଶକ ।
୧୯୬୪ ମସିହାରେ ଜନ୍ମଗ୍ରହଣ କରିଥିବା ଶ୍ରୀଧର ପାତ୍ର ଉତ୍କଳ ବିଶ୍ୱବିଦ୍ୟାଳୟରୁ ପାସ୍ଆଉଟ । ତିନି ଦଶନ୍ଧିରୁ ଅଧିକ ସମୟ ଧରି ସେ ଫାଇନାନ୍ସ ସହ କାମ କରି ଆସୁଛନ୍ତି । ବିଶେଷ ଭାବେ କର୍ପୋରେଟ ଆକାଉଣ୍ଟସ, ପରୋକ୍ଷ ଓ ପ୍ରତ୍ୟକ୍ଷ ଟିକସ ପରିଚଳାନା, ବଜେଟାରୀ କଣ୍ଟ୍ରୋଲ ଓ ବିଜନେସ ପ୍ଲାନିଂ ଭଳି ଅନେକ ଦିଗରେ ରହିଛି ତାଙ୍କର ଅସମ୍ଭବ ପାରଦର୍ଶିତା ।
ନାଲକୋରେ ଦାୟୀତ୍ୱ ନେବା ପୂର୍ବରୁ ଟିଏଚଡିସି ଇଣ୍ଡିଆ ଲମିଟେଡରେ ଅର୍ଥନୈତିକ ନିର୍ଦ୍ଦେଶକ ଭାବେ କାମ କରୁଥିଲେ । ୨୦୧୮ ମସିହାରେ ସେ ନିର୍ଦ୍ଦେଶକ ଫାଇନାନ୍ସ ଭାବରେ ନାଲକୋରେ ଯୋଗ ଦେଲେ । ୨୦୧୯ ମସିହାଠାରୁ ସେ ନାଲକୋର ପରାଚାଳନା ନିର୍ଦ୍ଦେଶକ ଅଛନ୍ତି । ତାଙ୍କ ନେତୃତ୍ୱରେ ପ୍ରତି ବର୍ଷ ନାଲକୋ ସଫଳତାର ସିଡ଼ି ଚଢ଼ି ଚାଲିଛି । ବର୍ଷର ପ୍ରତି କ୍ୱାର୍ଟରେ ହେଉଛି ଆର୍ଥିକ ଅଭିବୃଦ୍ଧି ।
ଶ୍ରୀଯୁକ୍ତ ପାତ୍ର ଇନଷ୍ଟିଚ୍ୟୁଟ ଅଫ ଚାଟାର୍ଡ ଆକାଉଣ୍ଟାଣ୍ଟସ ଅଫ ଇଣ୍ଡିଆର ମଧ୍ୟ ଜଣେ ସଦସ୍ୟ । ୨୦୨୨ ମସିହାରେ ସେ ସିଆଇଆଇ ଓଡ଼ିଶା କାଉନସିଲର ଚେୟାରମ୍ୟାନ ଭାବେ ନିର୍ବାଚିତ ହୋଇଛନ୍ତି । ଜୀବନରେ ଶ୍ରୀଧର ପାତ୍ରଙ୍କୁ ମିଳିଛି ଅନେକ ସଫଳତା, ସମ୍ମାନ ଓ ସ୍ୱୀକୃତି । ହେଲେ ବ୍ୟକ୍ତିଗତ ଜୀବନରେ ବେଶ ନମ୍ର ଶ୍ରୀଧର ପାତ୍ର । ତାଙ୍କର ଗୋଟିଏ ଆଦର୍ଶ- ସରଳ ଜୀବନ ଓ ଉଚ୍ଚ ଚିନ୍ତନ ।