ନିକ୍କି ଯାଦବ ହତ୍ୟା ଅଭିଯୁକ୍ତ ସାହିଲ୍ ଗେହଲଟ ଙ୍କ ବାପାଙ୍କ ସମେତ ୫ ଗିରଫ
ନିକ୍କି ଯାଦବ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସାହିଲ୍ ଗେହ୍ଲଟ୍ଙ୍କ ବାପାଙ୍କ ସମେତ ୫ଜଣ ଗିରଫ ।ଷଡ଼ଯନ୍ତ୍ରରେ ସାହିଲ୍ଙ୍କୁ ସହାୟତା କରିଥିବା ଅଭିଯୋଗରେ ତାଙ୍କ ବାପାଙ୍କୁ ମଧ୍ୟ ଗିରଫ କରାଯାଇଛି।
ସେ ଆହୁରି ମଧ୍ୟ କହିଛନ୍ତି, ନିକ୍କିଙ୍କୁ ପୁଅ ହତ୍ୟା କରିଥିବା କଥା ବାପା ବୀରେନ୍ଦର୍ ସିଂହ ଜାଣିଥିଲେ ବୋଲି ପୁଲିସ ଜାଣିବା ପରେ ତାଙ୍କୁ ଗିରଫ କରାଯାଇଛି। ଏହାଛଡ଼ା, ଗିରଫ ହୋଇଥିବା ଆଉ ୪ଜଣଙ୍କ ମଧ୍ୟରେ ଅଛି ସାହିଲ୍ଙ୍କ ଭାଇ, ସମ୍ପର୍କୀୟ ଭାଇ ଓ ବନ୍ଧୁ।
ସାହିଲ୍ଙ୍କ ବନ୍ଧୁ ଓ ସମ୍ପର୍କୀୟ ଭାଇ ନିକ୍କିଙ୍କ ଶବ ଲୁଚାଇବା କାମରେ ସହାୟତା କରିଥିଲେ। ‘ଲିଭ୍-ଇନ୍’ରେ ରହୁଥିବା ସାହିଲ୍ ଓ ନିକ୍କି ୨୦୨୦ ଅକ୍ଟୋବରରେ ନଏଡ଼ାସ୍ଥିତ ଗୋଟାଏ ମନ୍ଦିରରେ ବିବାହ କରିଥିଲେ।