ନିର୍ଦ୍ଦେଶକ ସତୀଶ କୌଶିକଙ୍କ ପରଲୋକ
ନିର୍ଦ୍ଦେଶକ ସତୀଶ କୌଶିକଙ୍କ ପରଲୋକ । ୬୭ ବର୍ଷ ବୟସରେ ହୃଦଘାତରେ ଦେହାନ୍ତ ହୋଇଛି । ବରିଷ୍ଠ ଅଭିନେତା ଅନୁପମ ଖେର ଟ୍ୱିଟ କରି ସୂଚନା ଦେଇଛନ୍ତି । ସେ ଏକାଧାରରେ ଜଣେ ଲୋକପ୍ରିୟ ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକ ଥିଲେ ।
ବଲିଉଡ଼ ଫିଲ୍ମ ମିଷ୍ଟର ଇଣ୍ଡିଆ, ଦିୱାନା ମସ୍ତାନା, ରାମଲକ୍ଷ୍ମଣ, ସାଜନ ଚଲେ ଶଶୁରାଲ ଛବିରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ । ସେ ୨ଥର ଶ୍ରେଷ୍ଠ ଅଭିନେତା ଭାବେ ଫିଲ୍ମ ଫେୟାର ପୁରସ୍କାର ଲାଭ କରିଥିଲେ ।
ବହୁ ଚଳଚ୍ଚିତ୍ର ଲାଗି ସେ ଚିତ୍ରନାଟ୍ୟ ମଧ୍ୟ ରଚନା କରିଥିଲେ ।ସତୀଶ କୌଶିକ ୧୯୫୬ ମସିହା ଏପ୍ରିଲ ୧୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ଛାତ୍ର ଜୀବନରୁ ତାଙ୍କର ଅଭିନୟ ପ୍ରତି ଆଗ୍ରହ ଥିଲା । କଲେଜ ଶିକ୍ଷା ଶେଷ ପରେ ସେ ଦିଲ୍ଲୀର ନ୍ୟାସନାଲ ସ୍କୁଲ ଅଫ ଡ୍ରାମା ଓ ପୁନେର ଏଫଟିଆଇଆଇରେ ଅଧ୍ୟନ କରିଥିଲେ ।
Related posts:
ସଞ୍ଜୟ ରାୟକୁ ମିଳିଲା ଆଜୀବନ ସଜାJanuary 20, 2025
ଦୋଷୀ ସଞ୍ଜୟ ରୟକୁ ଆଜୀବନ ସଜାJanuary 20, 2025
ମହାକୁମ୍ଭରେ ଭୀଷଣ ନିଆଁJanuary 19, 2025
ଜାଣନ୍ତୁ କାହିଁକି ସୈଫ୍ଙ୍କୁ ହେଲା ଆଟାକ୍, ଖୁଲାସା କଲା ମୁମ୍ବାଇ ପୋଲିସ୍January 19, 2025
ବାନ୍ଦ୍ରା ଷ୍ଟେସନରେ ୫ ଘଣ୍ଟା କରିଥିଲା ଅଭିଯୁକ୍ତJanuary 18, 2025
ସଞ୍ଜୟ ରୟଙ୍କୁ ଦୋଷୀ ସାବ୍ୟସ୍ତ କଲେ କୋର୍ଟJanuary 18, 2025