ନିଲ ମୋହନ ୟୁଟ୍ୟୁବର ନୂଆ ସିଇଓ
ଭାରତୀୟ ବଂଶୋଦ୍ଭବ ନିଲ ମୋହନ ୟୁଟ୍ୟୁବର ନୂଆ ସିଇଓ ହୋଇଚନ୍ତି ।ଏହାପୂର୍ବରୁ ନୀଲ ମୋହନ ୨୦୧୫ରୁ ୟୁଟ୍ୟୁବର ଚିଫ ପ୍ରଡକ୍ଚ ଅଫିସର ଦାୟିତ୍ୱରେ ଥିଲେ ।
ଅନ୍ତର୍ଜାତୀୟ ସ୍ତରରେ ଆଇଟି କମ୍ପାନୀରେ ଭାରତୀୟ ବଂଶୋଦ୍ଭବଙ୍କ ଦବଦବା ରହିଛି । ଏହାରି ଭିତରେ ନିଲ ମୋହନ ମଧ୍ୟ ସାମିଲ ହୋଇଛନ୍ତି ।
ଷ୍ଟାନଫୋର୍ଡ ୟୁନିଭରସିଟିରୁ ନୀଲ ମୋହନ ପାଠ ପଢିଛନ୍ତି । ୯ ବର୍ଷ ଧରି ଏହି ପଦରେ ରହିବା ପରେ ଗତକାଲି ସୁସାନ ୱଜସିକି ଇସ୍ତଫା ଦେଇଛନ୍ତି । ଏହାପରେ ଗୁଗୁଲ ପକ୍ଷରୁ ନିଲ ମୋହନଙ୍କୁ ନିଯୁକ୍ତି ମିଳିିଛି ।