ଶିକ୍ଷା

ନୂଆ ଓଡ଼ିଶାରେ `ଯୋଜନା’ ବର୍ଷା

0
(0)

ରୂପାନ୍ତରିତ ଓଡ଼ିଶା, ନୂଆ ଓଡ଼ିଶା । ସବୁ କ୍ଷେତ୍ରରେ ଦେଶରେ ଓଡ଼ିଶା ସାଜିଛି ଅଗ୍ରଣୀ । କୃଷି , ଶିଳ୍ପ, କ୍ରୀଡ଼ା, ପର୍ଯ୍ୟଟନ ଠାରୁ ଆରମ୍ଭ କରି ମିଲେଟ ମିଶନରେ ପୁରା ବିଶ୍ବରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ ନେତୃତ୍ବ ଓ ୨୫ ବର୍ଷର ଜନସେବା ପ୍ରତ୍ୟେକ ଓଡ଼ିଆଙ୍କ ହୃଦୟକୁ ଛୁଇଛି । ବିକାଶକୁ ମୂଳମନ୍ତ୍ର କରି ବିଜେଡି ଆଗକୁ ବଢିଚାଲିଛି ।

ଗୋଟିଏ ପରେ ଗୋଟିଏ ଯୋଜନା ରାଜ୍ୟବାସୀଙ୍କୁ ଭେଟି ଦେଉଛନ୍ତି ନବୀନ ପଟ୍ଟନାୟକ । ଆସନ୍ତା ବର୍ଷ ନିର୍ବାଚନୀ ବର୍ଷ । ଏହାକୁ ଆଖି ଆଗରେ ରଖି ୨୦ଟି ବଡ଼ ସଫଳତାକୁ ନେଇ ଲୋକଙ୍କୁ ପାଖକୁ ଯିବାକୁ ଅଣ୍ଟା ଭିଡ଼ିଛି ବିଜେଡି । ଫୋକସରେ ରହିବ ମିଶନଶକ୍ତି, ମିଲେଟ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ, ମୋ ଜଙ୍ଗଲ ଜମି, ଡ଼୍ରିଙ୍କ ଫ୍ରମ ଟ୍ୟାପ , ମଧୁବାବୁ ପେନସନ ଯୋଜନା, ଆମ ହସ୍ପିଟାଲ , ବିଜୁ ସେତୁ ଯୋଜନା, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା, ଆମ ଓଡ଼ିଶା , ନବୀନ ଓଡ଼ିଶା, ଓ ନୂତନ ଉନ୍ନତ ଅଭିଳାଷା ଓଡ଼ିଶା ।

-ଜାଣନ୍ତୁ ଓଡ଼ିଶାବାସୀଙ୍କ ପାଇଁ ରୂପାନ୍ତରିତ ଓଡ଼ିଶାରେ ନିଆଯାଇଥିବା କେତେକ ଏୗତିହାସିକ ଯୋଜନା:
୧-ବିନା ସୁଧରେ କୃଷକମାନଙ୍କୁ ଋଣ ପ୍ରଦାନ,
୨-ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ଼ରେ ପୁରୁଷଙ୍କ ୫ ଲକ୍ଷ ଓ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସହାୟତା
୩-ଆମ ହସ୍ପିଟାଲ ଯୋଜନାରେ ରୂପାନ୍ତରିତ ହସ୍ପିଟାଲ
୪- ମଧୁବାବୁ ଯୋଜନାରେ ରାଜ୍ୟର ୩୨.୭୫ ଲକ୍ଷ ବୟସ୍କ, ବିଧବା , ଭିନ୍ନକ୍ଷମ ଓ ଅସହାୟ ସାମିଲ
୫-ଫାଇଭ-ଟି ଉପକ୍ରମରେ ୬୯୭୨ଟି ହାଇସ୍କୁଲ ରୂପାନ୍ତରିତ
୬- ମିଶନ ଶକ୍ତିରେ ୭୦ ଲକ୍ଷ ମହିଳା ସାମିଲ
୭- ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ନ, ଏକ୍ରାମ ପ୍ରକଳ୍ପ ସହ ପ୍ରମୁଖ ପୀଠର ରୂପାନ୍ତରଣ
୮- ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନାରେ ବିଶୁଦ୍ଧ ଜଳ ଯୋଗାଣ
୯- ବିଜୁ ସେତୁ ଯୋଜନାରେ ୬୭୯ ଟି ସେତୁ
୧୦-ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ୬୨୪୭ କିମି ରାସ୍ତା ନିର୍ମାଣ
୧୧- ଓଡ଼ିଶା ଅଣସଙ୍ଗଠିତ ଶ୍ରମିକ ସାମାଜିକ ସୁରକ୍ଷାକଲ୍ୟାଣ ଯୋଜନାରେ ୫୦ଟି ଅଣସଙ୍ଗଠିତ ଶ୍ରମିକ ବର୍ଗ ସାମିଲ
୧୧- ଆମ ଓଡ଼ିଶା, ନବୀନ ଓଡ଼ିଶାରେ ପ୍ରତି ପଂଚାୟତକୁ ୫୦ଲକ୍ଷ ଟଙ୍କା
୧୨-ରାଜ୍ୟର ୪୩୭୩ ଅଣ-ବ୍ୟାଙ୍କ ଗ୍ରାମପଂଚାୟତରେ ବ୍ୟାଙ୍କ ଖୋଲିବା
୧୩- ନୂତନ ଉନ୍ନତ ଅଭିଳାଷ ନୂଆ ଓଡିଶାରେ ପ୍ରତି ବର୍ଷ ୧ଲକ୍ଷ ଯୁବକଯୁବତୀଙ୍କୁ ତାଲିମ
୧୪- କଟକ-ଭୁବନେଶ୍ବରରେ ମେଟ୍ରୋ ଟ୍ରେନ୍ ଯୋଜନା

 

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE

Leave a Reply

Your email address will not be published. Required fields are marked *