ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ହେବେ ପ୍ରଦୀପ ଜେନା
ପ୍ରଦୀପ ଜେନା ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ହେବେ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୯୮୯ ବ୍ୟାଚର IAS ହେଉଛନ୍ତି ପ୍ରଦୀପ କୁମାର ଜେନା ।
ବର୍ତ୍ତମାନର ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ଫେବ୍ରୁଆରୀ ୨୮ରେ ସରୁଥିବା ବେଳେ ଏହା ପୂର୍ବରୁ ନୂଆ ସିଏସଙ୍କ ନାମ ପ୍ରକାଶ ପାଇଛି ।
ମାର୍ଚ୍ଚ ୧ରୁ ଦାୟିତ୍ୱ ଗ୍ରହଣ କରିବେ ପ୍ରଦୀପ ଜେନା । ୨୮ରେ ଅବସର ନେବେ CS ସୁରେଶ ଚନ୍ଦ୍ର ମହାପାତ୍ର । ଅବସର ପରେ ସୁରେଶଙ୍କ କାର୍ଯ୍ୟକାଳ ଦୁଇଥର ବଢିଥିଲା। ପ୍ରଦୀପ ଜେନା ଏବେ ସ୍ୱତନ୍ତ୍ର ରିଲିଫ୍ କମିଶନର ରହିଛନ୍ତି ।
୧୯୯୧ରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ସବ-କଲେକ୍ଟର ଭାବେ କ୍ୟାରିଅର ଆରମ୍ଭ କରିଥିଲେ ପ୍ରଦୀପ । ସେହିପରି ACS ଅନୁ ଗର୍ଗ ପରବର୍ତ୍ତୀ ଉନ୍ନୟନ କମିଶନର ।