ପର୍ଯ୍ୟଟନ ବିଭାଗର ଟାର୍ଗେଟରେ ବିଦେଶୀ ପର୍ଯ୍ୟଟକ
ରାଜଧାନୀରେ ଆୟୋଜିତ ହୋଇଛି ୫ମ ଟୁରିଜିମ କନକ୍ଳେଭ ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଭିଡିଓ କନଫରେନ୍ସିଂ ଯୋଗେ ଉଦଘାଟନ କରିଛନ୍ତି । ଏହି ଅବସରରେ ପର୍ଯ୍ୟଟନକୁ ପ୍ରାଥମିକ କ୍ଷେତ୍ର ଭାବରେ ଘୋଷଣା କରିବା ଏବଂ ରାଜ୍ୟରେ ପର୍ଯ୍ୟଟନର ବିକାଶ ପାଇଁ ସର୍ବାଧିକ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ଉପରେ ଲକ୍ଷ୍ୟ ରଖାଯାଇ ଉଡାଣ ଯୋଜନାର ପରିବ୍ୟାପ୍ତ ପାଇଁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି ।
ପର୍ଯ୍ୟଟନ ବିଭାଗର ଟାର୍ଗେଟରେ ରହିଛନ୍ତି ବିଦେଶୀ ପର୍ଯ୍ୟଟକ ରହିଛନ୍ତି । କାରଣ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବଢିଲେ ପର୍ଯ୍ୟଟନ ବିଭାଗର ଅର୍ଥନୀତିରେ ସୁଧାର ଆସିବା । ତେଣୁ ଉଡାଣ ଯୋଜନାରେ ପରିବ୍ୟାପ୍ତର ଆବଶ୍ୟକତା ରହିଛି । ଉଡାଣ ଯୋଜନାରେ ପରିବ୍ୟାପ୍ତ ପାଇଁ ହେଉଛି ଏୟାର କନକ୍ଟେଭିଟି । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ନିଆଯାଉଛି ପଦକ୍ଷେପ । ଦେଓମାଳି ସହ ନୂଆ ନୂଆ ପର୍ଯ୍ୟଟନ ସ୍ଥଳୀର ଚାଲିଛି ନବକଳେବର । ପର୍ଯ୍ୟଟନ ବିଭାଗକୁ ନୂଆ ଦିଶା ଦେଖାଇଛି ହକି ବିଶ୍ବକପ । ଭୁବନେଶ୍ବରରେ ଅନୁଷ୍ଠିତ ୫ମ ଟୁରିଜିମ କନକ୍ଳେଭରେ ଏଭଳି ସୂଚନା ଦେଇଛନ୍ତି ବିଭାଗୀୟ ସଚିବ ।
ଆଗକୁ ଗୋଆ, ମାଲେସିଆ, ରାଜସ୍ଥାନର ଉଦୟପୁର, ଗୋଆ, କେରଳ ପରିବର୍ତ୍ତେ ଓଡ଼ିଶାକୁ ଅଧିକ ପର୍ଯ୍ୟଟକ ଆସିବେ ବୋଲି ଆଶା କରାଯାଉଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ଫୋକସରେ ପର୍ଯ୍ୟଟନ କ୍ଷେତ୍ର ରହିଥିବା ବେଳେ ମଧ୍ୟବିତ୍ତଙ୍କ ପକେଟ ସୁହାଇଲା ଭଳି ହେବ ଯୋଜନା ହେବ ବୋଲି କହିଛନ୍ତି ପର୍ଯ୍ୟଟନ ସଚିବ। ତେଣୁ ଲୋକଙ୍କ ୱିକେଣ୍ଡ ପାଇଁ ପ୍ରସ୍ତୁତ ହେବ ସ୍ବତନ୍ତ୍ର ପ୍ୟାକେଜ । ବିକଶିତ ହେବ ନୂଆ ନୂଆ ଡେଷ୍ଟିନେସନ୍ । ଏହାସହ ବିଳାସପୂର୍ଣ୍ଣ ନୌଯାତ୍ରାର ମଜା ମଧ୍ୟ ନେବେ ପର୍ଯ୍ୟଟକ । ଆରମ୍ଭ ହେବ ୟାଚ୍, କରାମାଇନ୍ ଏବଂ ଉଇକେଣ୍ଡ ଟୁରିଜିମ୍ ବ୍ୟବସ୍ଥା ।
ଦେଓମାଳିର ବିକାଶ ସହ ଜାତୀୟ ଓ ଅନ୍ତର୍ଜାତୀୟ ବିମାନ ଯୋଗାଯୋଗ ବ୍ୟବସ୍ଥା ହେବ। ଏହାସହ ପୁରୀ, କୋଣାର୍କ ଏବଂ ବିଭିନ୍ନ ମନ୍ଦିରର ବିକାଶ କରାଯାଉଛି । ପ୍ରଥମ ପର୍ଯ୍ୟାୟରେ ସାପ୍ତାହିକ ଛୁଟି କାଟିବା ପାଇଁ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀଗୁଡିକୁ ପକେଟ ଫେଣ୍ଡଲି ଫରମାର୍ଟରେ ବିକଶିତ କରାଯିବ । ଯେଉଁଥିରେ ଲୋକମାନେ ୨ଦିନ ସେହି ସ୍ଥାନରେ କଟାଇ ପୁଣି ନିଜ ସ୍ଥାନକୁ ଫେରି ପାରିବେ ବୋଲି ସୂଚନା ଦେଇଛନ୍ତି ବିଭାଗୀୟ ଶାସନ ସଚିବ ସୁରେନ୍ଦ୍ର କୁମାର । ସେପଟେ ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶାରେ ବ୍ୟାପକ ସୁଯୋଗ ରହିଛି ବୋଲି କହିଛନ୍ତି ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ୍ ଅଫ ଓଡ଼ିଶାର ଅଧ୍ୟକ୍ଷ ଜିତେନ୍ଦ୍ର କୁମାର ମହାନ୍ତି। କିନ୍ତୁ ବିମାନ ଯୋଗାଯୋଗ ନ ଥିବାରୁ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା କମ ଥିବା ସେ କହିଛନ୍ତି
ସିଙ୍ଗାପୁର ମାଲେସିଆକୁ କେବଳ ବିମାନ ସେବା ହେଲେ ହେବ ନାହିଁ, ଯେମିତି ଜୟପୁରକୁ ନିକଟରେ ବିମାନ ସେବା ଦିଆଗଲା ସେମିତି ଉଡାନ ସ୍କିମରେ ରାଜ୍ୟ ପର୍ଯ୍ୟଟନ ସ୍ଥଳୀଗୁଡିକୁ ବିମାନ ସଂଯୋଗ ହେବ । ଗତ ଜାନୁଆରୀରେ ଓଡ଼ିଶା ହକି ବିଶ୍ବକପ୍ ଆୟୋଜନ କରିଥିବାରୁ ବିଦେଶୀ ପର୍ଯ୍ୟଟକ ଏବଂ ବିଦେଶରେ ଓଡ଼ିଶା ପର୍ଯ୍ୟଟନ ପ୍ରଚାର ପ୍ରସାର ହୋଇଥିବାରୁ ହୋଟେଲ ଆସୋସିଏସନ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଅନ୍ୟପଟେ ନିକଟରେ କେନ୍ଦ୍ର ବଜେଟରେ ୫୦ଟି ପର୍ଯ୍ୟଟନ ସ୍ଥଳୀକୁ କେନ୍ଦ୍ର ସରକାର ଉନ୍ନତିକରଣ କରିବା ପାଇଁ ଘୋଷଣା କରିଛନ୍ତି ସେଥିରୁ ଅତିକମରେ ଓଡ଼ିଶାରେ ୨ଟି ପର୍ଯ୍ୟଟନ ସ୍ଥଳୀକୁ କେନ୍ଦ୍ର ଉନ୍ନତିକରଣ କରୁ ବୋଲି ହାରୋ ପ୍ରସ୍ତାବ ଦେଇଛି
ସେହିପରି ଏହି କନକ୍ଲେଭରେ ଭାରତୀୟ ହକିର ସଭାପତି ଦିଲୀପ ତିର୍କି କହିଛନ୍ତି, “ପର୍ଯ୍ୟଟନ ବିଭାଗ ଓ କ୍ରୀଡା ଉଭୟ ଓତପ୍ରୋତଃ ଭାବେ ଜଡିତ। ରାଜ୍ୟ ସରକାର ହକି ବିଶ୍ବକପର ଆୟୋଜନ କରି ଓଡ଼ିଶା ପର୍ଯ୍ୟଟନର ବିକାଶ କରିଛନ୍ତି । ଯେଉଁଥି ପାଇଁ ସାରା ବିଶ୍ବରେ ଭୁବନେଶ୍ବର ଏବଂ ରାଉଲକେଲାକୁ ନେଇ ଚର୍ଚ୍ଚା ହେଉଛି । ଏବେ ବି ବିଦେଶୀ ପର୍ଯ୍ୟଟକମାନେ ଆସି ରାଉରକେଲା ଷ୍ଟାଡିୟମ ପରିଦର୍ଶନ କରୁଛନ୍ତି । ଏଥିପାଇଁ କ୍ରୀଡା କ୍ଷେତ୍ରର ସୁନାମ ପୁରା ବିଶ୍ବରେ ହୋଇପାରିଛି