ପାକିସ୍ତାନରେ ମହଙ୍ଗା ହେଲା ପାରାସିଟାମଲ୍
ପାକିସ୍ତାନ କିଛି ଦିନ ହେବ ଘୋର ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି । ସ୍ଥିତି ଏପରି ହୋଇଛି ଯେ ଯଦି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ବା ଆଇଏମଏଫ ପକ୍ଷରୁ ପାକିସ୍ତାନକୁ ଋଣ ଦିଆନଯାଏ ତେବେ ପାକିସ୍ତାନ ଋଣ ଖିଲାପ କରିବ । ବିଭିନ୍ନ ସାମଗ୍ରୀର ଦରବୃଦ୍ଧି ସହ ଖାଦ୍ୟ ସଙ୍କଟରେ ଏବେ ପାକିସ୍ତାନବାସୀ ଡହଳବିକଳ ହେଉଥିବାବେଳେ ପାକିସ୍ତାନ ସରକାର ଏବେ ଏମିତି ଏକ ଘୋଷଣା କରିଛନ୍ତି ଯାହାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି | ଖାଦ୍ୟ, ପେଟ୍ରୋଲ ଭଳି ଜିନିଷ ପରେ ବର୍ତ୍ତମାନ ଔଷଧର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି |
