ପାକିସ୍ତାନ ରେଳ ଦୁର୍ଘଟଣାରେ ୩୩ ମୃତ
ପାକିସ୍ତାନରେ ରେଳ ଦୁର୍ଘଟଣା । ଲାଇନଚ୍ୟୁତ ହୋଇଛି ହାଜରା ଏକ୍ସପ୍ରେସର ୧୦ବଗି । ୩୩ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି । କରାଚିରୁ ରାଓ୍ବଲପିଣ୍ଡି ଯାଉଥିବା ହାଜରା ଟ୍ରେନ ସାହାରା ଷ୍ଟେସନ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟ୍ରେନ ବଗି ଲାଇନଚ୍ୟୁତ ହୋଇ ଓଲଟି ପଡ଼ିବା ଯୋଗୁ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ପୋଲିସ ଓ ଅନ୍ୟ ଉଦ୍ଧାରକାରୀ ଟିମ୍ ରେସ୍କ୍ୟୁ ଅପରେସନରେ ସାମିଲ ହୋଇଛନ୍ତି । ଦୁର୍ଘଟଣାଗ୍ରସ୍ତ ବଗିରୁ ଲୋକମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଦୁର୍ଘଟଣାର କାରଣ ଜଣାପଡ଼ି ନଥିବା ବେଳେ ରେଳ ମନ୍ତ୍ରୀ ଖ୍ବାଜା ସାଦ ରଫିକ୍ ସ୍ଥିତି ଉପରେ ନଜର ରଖିଛନ୍ତି । ଦୁର୍ଘଟଣା ଘଟିଥିବା ଅଞ୍ଚଳରେ ସ୍ଥାନୀୟ ଲୋକେ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ଦୁର୍ଘଟଣା ପରେ ସେହି ରୁଟ ଦେଇ ରେଳ ଚଳାଚଳ ବନ୍ଦ ରଖାଯାଇଛି ।
