ପାର୍କିଙ୍ଗ ବିବାଦକୁ ୫ଜଣଙ୍କୁ ଗୁଳି ମାରିଲେ ଦୁର୍ବୃତ୍ତ
ବିହାର ପାଟଣା ଜେଠୁଲି ଇଲାକାରେ ପାର୍କିଙ୍ଗ ବିବାଦକୁ ନେଇ ଜଳୁଛି ନିଆଁ । ଜେଠୁଲିରେ ଉମେଶ ରାୟ ନାମକ ଜଣେ ବ୍ୟକ୍ତିଙ୍କ ସହ ସ୍ଥାନୀୟ ଲୋକଙ୍କର ପାର୍କିଙ୍ଗ ଜାଗାକୁ ନେଇ ପାଟିତୁଣ୍ଡ ହୋଇଥିଲା ।
ପାର୍କିଙ୍ଗ ଜାଗାରେ ଉମେଶ ନିଜ ଟ୍ରାକ୍ଟର ରଖିଥିବାରୁ ଗାଡି କାଢିବାକୁ ଲୋକଙ୍କୁ ସମସ୍ୟା ହୋଇଥିଲା । ଏନେଇ ବିରୋଧ କରିବାକୁ ଉମେଶ ରାଗିଯାଇ ଲୋକଙ୍କ ଉପରକୁ ଗୁଳିମାଡ କରିଥିଲା । ଫଳରେ ୫ଜଣଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ୨ ଜଣଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଛି ।
ଏହାସହ ଅନ୍ୟ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି ।