ପାୱାର ଚାନେଲରୁ ନିଖୋଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
ପାୱାର ଚାନେଲରୁ ନିଖୋଜ ଛାତ୍ରୀଙ୍କ ମୃତଦେହ ମିଳିଛି । ଆଇଟି ବିଭାଗର ସ୍ନାତକ ଶ୍ରେଣୀର ଉତ୍ତୀର୍ଣ୍ଣ ହୋଇଥିଲେ । ଗତକାଲି ସମାବର୍ତନ ଉତ୍ସବ ଥିବାରୁ ତାଙ୍କ ସାର୍ଟିଫିକେଟ୍ ନେବା ପାଇଁ ବୁର୍ଲା ଭିସୁଟ୍ ଆସିଥିଲେ ।
କୋଣସି କାରଣରୁ ସେ ମାନସିକ ବିଷାଦରେ ଥିଲେ । ସେ ତାଙ୍କର ସହପାଠୀ ପ୍ରୀତିମାନ ଦେ’ଙ୍କ ସହ ବ୍ରିଜ୍ ନିକଟକୁ ବୁଲିବାକୁ ଯାଇଥିଲେ । ବ୍ରିଜ୍ ଉପରେ ବାଇକ୍ ରଖି କଥାବାର୍ତ୍ତା କରୁଥିବା ବେଳେ ଅଚାନକ ପାୱାର ଚାନେଲକୁ ଡେଇଁ ପଡ଼ିଥିଲେ । ପ୍ରୀତିମାନ ଏନେଇ ଭିସୁଟ୍ କର୍ତୃପକ୍ଷ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇଁ ବୁର୍ଲା ପୋଲିସ ଓ ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ଆରମ୍ଭ ହୋଇଥିଲା ।
୧୦ଘଣ୍ଟାର ଖୋଜାଖୋଜି ପରେ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରିଛନ୍ତି । ଆତ୍ମହତ୍ୟା କରିବା ଉଦ୍ଦେଶ୍ୟରେ ଗତକାଲି ରାତି ୧୦ଟାରେ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ଡେଇଁପଡ଼ିଛନ୍ତି । ଜଣେ ସାଙ୍ଗଙ୍କ ଉପସ୍ଥିତିରେ ଅଚାନକ ପାୱାର ଚାନେଲକୁ ଡେଇଁ ପଡ଼ିଥିଲେ । କଳାହାଣ୍ଡି ରାମପୁର ମଦନପୁରର ଚିନ୍ମୟୀ ପ୍ରିୟଦର୍ଶିନୀ ।