ପିଥୋରାଗଡ଼ରେ ମୃଦୁ ଭୂମିକମ୍ପ ଝଟକା
ପୁଣି ଥରିଲା ଦେବଭୂମି ଉତ୍ତରାଖଣ୍ଡ । ପିଥୋରାଗଡ଼ରେ ମୃଦୁ ଭୂମିକମ୍ପ ଝଟକା ଲାଗିଛି । ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୮ ରେକର୍ଡ କରାଯାଇଛି । ଭୂମିକମ୍ପର କେନ୍ଦ୍ରସ୍ଥଳି ପିଥୋରାଗଡ଼ ଅଞ୍ଚଳରେ ବୋଲି ଜଣାପଡ଼ିଛି ।
ଜାତୀୟ ସିସ୍ମୋଲୋଜି ସେଣ୍ଟର ରିପୋର୍ଟ ଅନୁଯାୟୀ, ରବିବାର ସକାଳ ୮.୫୮ ମିନିଟରେ ଭୂକମ୍ପ ଅନୁଭୂତ ହୋଇଛି । ଭୂମିକମ୍ପ ପରେ ଭୟଭୀତ ହୋଇଛନ୍ତି ସ୍ଥାନୀୟ ଲୋକ । ପିଥୋରାଗଡ଼ରେ ୩.୮ ତିବ୍ରତା ବିଶିଷ୍ଟ ମୃଦୁ ଭୂକମ୍ପ ଝଟକା ଲାଗିଛି । ଏହାର କେନ୍ଦ୍ର ପିଥୋରାଗଡ଼ ଠାରୁ ୨୩ କିଲୋମିଟର ଗଭୀରତାରେ ରହିଛି । ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି ସୂଚନା ମିଳିନାହିଁ ।
ଏହା ପର୍ବରୁ ୨୦୨୨ ନଭେମ୍ବର ୯ତାରିଖରେ ମଧ୍ୟ ପିଥୋରାଗଡ଼ରେ ଭୂମିକମ୍ପ ଝଟକା ଲାଗିଥିଲା । ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୩ ରେକର୍ଡ କରାଯାଇଥିଲା । ଏହାର କେନ୍ଦ୍ରସ୍ଥଳି ପିଥୋରାଗଡ଼ ଠାରୁ ୯୦ କିଲୋମିଟର ଦୂର ପୂର୍ବ ନେପାଳରେ ରହିଥିଲା ।
Related posts:
ମେଡାଲ ଫେରାଇବେ ମନୁ ଭାକର !January 15, 2025
ପଶିଆସିଲା କୁକୁର, ଦୁର୍ଘଟଣାର ସମ୍ମୁଖୀନ ହେଲେ କର୍ଣ୍ଣାଟକ ମନ୍ତ୍ରୀJanuary 14, 2025
ମେଳା ଆୟୋଜନ ପାଇଁ ୟୁପି ସରକାର ୭ ହଜାର କୋଟି ଟଙ୍କା ବଜେଟ୍January 13, 2025
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ନିଜ ନିର୍ବାଚନୀ ଖର୍ଚ୍ଚ ପାଇଁ ପାଣ୍ଠି ସଂଗ୍ରହ ଅଭିଯାନJanuary 13, 2025
ଯୁବକଯୁବତୀଙ୍କୁ ପ୍ରତିମାସରେ ମିଳିବ ୮୫୦୦ ଟଙ୍କାJanuary 12, 2025
ଆସାମରେ ୧୦ ମାସର ଶିଶୁ HMPV ଭାଇରସରେ ଆକ୍ରାନ୍ତJanuary 11, 2025